ଓଡିଶା

odisha

ETV Bharat / state

ଏଯାଏଁ ମିଳିନି କ୍ଷତିପୂରଣ, ଜଳସତ୍ୟାଗ୍ରହୀଙ୍କୁ ଭେଟିଲେ ଜିଲ୍ଲା ବିଜେପିର ପ୍ରତିନିଧି - ରେଙ୍ଗାଲି କ୍ଷତିଗ୍ରସ୍ତଙ୍କ ଜଳସତ୍ୟାଗ୍ରହ

ଅନୁଗୋଳ ଜିଲ୍ଲା ପାଲଲହଡ଼ା ଦ୍ଵିତୀୟ ଚିଲିକାରେ ଚାଲିଥିବା ରେଙ୍ଗାଲି କ୍ଷତିଗ୍ରସ୍ତଙ୍କ ଜଳସତ୍ୟାଗ୍ରହକୁ ବିଜେପିର ସମର୍ଥନ । ଅଧିକ ପଢନ୍ତୁ

bjp meet rengali displaced people
bjp meet rengali displaced people

By ETV Bharat Odisha Team

Published : Dec 6, 2023, 7:46 AM IST

bjp meet rengali displaced people

ଅନୁଗୋଳ:ଅନୁଗୋଳ ଜିଲ୍ଲା ପାଲଲହଡ଼ା ଦ୍ଵିତୀୟ ଚିଲିକାରେ ଚାଲିଥିବା ରେଙ୍ଗାଲି କ୍ଷତିଗ୍ରସ୍ତଙ୍କ ଜଳସତ୍ୟାଗ୍ରହକୁ ବିଜେପିର ସମର୍ଥନ । ଗତକାଲି(ମଙ୍ଗଳବାର) ସତ୍ୟାଗ୍ରହ ସ୍ଥଳରେ ପହଞ୍ଚି ନିଜର ସମର୍ଥନ ଜଣାଇଛନ୍ତି ବିଜେପି ନେତା । ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଓ ଅନ୍ୟ ନେତାମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସରକାରଙ୍କୁ ସମାଲୋଚନା କରିଛନ୍ତି ।

ପାଞ୍ଚ ଦିନ ଧରି ପାଣି ଭିତରେ ଠିଆ ହୋଇ ଶତାଧିକ ପୁରୁଷ ଓ ମହିଳା ନିଜର ଅଧିକାର ମାଗୁଛନ୍ତି । ରେଙ୍ଗାଲି ଜଳସେଚନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ଗ୍ରାମବାସୀ ଏଭଳି ଅଭିନବ ପ୍ରତିବାଦ ପାଞ୍ଚ ଦିନ ଧରି କରି ଆସୁଛନ୍ତି । ହେଲେ ଏନେଇ ସରକାର ସମସ୍ୟାର କୌଣସି ସମାଧାନ କରୁନଥିବାରୁ ଗତକାଲି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ରେଙ୍ଗାଲୀ ବୁଡି କ୍ଷତିଗ୍ରସ୍ତଙ୍କୁ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ନେତୃତ୍ଵରେ ଭେଟିଛନ୍ତି । ସହର ଗୁରୁଜଙ୍ଗ ପଞ୍ଚାୟତ ଦ୍ବିତୀୟ ଚିଲିକାରେ ପହଞ୍ଚି ଜଳସତ୍ୟାଗ୍ରହୀ ଆନ୍ଦୋଳନକାରୀଙ୍କ ସହିତ ପାଣି ଭିତରେ ପଶି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛି ବିଜେପି ।

ତେବେ ଗତ ପାଞ୍ଚ ଦିନରେ ଏହି ଆନ୍ଦୋଳନ ପହଞ୍ଚି ଥିବାବେଳେ ଜଳସତ୍ୟାଗ୍ରହରେ ଭାଗ ନେଇଥିବା କ୍ଷତିଗ୍ରସ୍ତ ପ୍ରଜା ଆନ୍ଦୋଳନରୁ ଓହରିବାର ନାମ ଧରୁ ନାହାଁନ୍ତି । ପ୍ରଶାସନର ଉଚ୍ଚଅଧିକାରୀ ଆନ୍ଦୋଳନସ୍ଥାନକୁ ଯାଉନାହାଁନ୍ତି । ପାଲଲହଡ଼ାର ଜନସାଧାରଣଙ୍କ ପ୍ରତି ସରକାରଙ୍କ ଏଭଳି ମନୋଭାବକୁ ବିଜେପି ନେତା ତୀବ୍ର ନିନ୍ଦା କରିଛନ୍ତି । 23 ବର୍ଷ ଧରି ସରକାର ସମସ୍ୟା ସମାଧାନ କରିବାରେ ବିଫଳ ଅପାରଗତାର ପରିଚୟ ବୋଲି କହିଛନ୍ତି, ଜିଲ୍ଲା ବିଜେପି ସଭାପତି । ତେଣୁ ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଏନେଇ ଆଜି ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ଦେବାକୁ ପ୍ରତିନିଧି ମଣ୍ଡଳୀ ନିଷ୍ପତ୍ତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପଞ୍ଚମ ଦିନରେ ରେଙ୍ଗାଲି ବିସ୍ଥାପିତ ଜଳ ସତ୍ୟାଗ୍ରହ, ବହାରୁନି ସମାଧାନର ବାଟ

ପ୍ରକାଶ ଥାଉକି, ଗତ ୧୯୭୦ ବେଳକୁ ରେଙ୍ଗାଲି ଠାରେ ଏକ ବୃହତ ଜଳ ସେଚନ ପ୍ରକଳ୍ପ ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପ ଯୋଗୁଁ ଜିଲ୍ଲାର ପାଲଲହଡା ଏବଂ ଦେବଗଡ଼ ଅଞ୍ଚଳର ୨୬୩ଟି ଗାଁ ବୁଡି ଅଞ୍ଚଳ ଭିତରେ ରହୁଥିବାରୁ ସେହିସବୁ ଗାଁ ଗୁଡିକୁ ବିସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫଳରେ ୧୯୮୦ ବେଳକୁ ସବୁ ଗାଁ ସ୍ଥାନାନ୍ତର କରାଯାଇଥିଲା । ଏଥିରେ ପ୍ରାୟ ୧୨ହଜାର ପରିବାର ପ୍ରଭାବିତ ହୋଇଥିଲେ । ସେ ସମୟରେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ସରକାରଙ୍କ ତରଫରୁ ଅଳ୍ପ କିଛି କ୍ଷତିପୂରଣ ଅର୍ଥ ଦିଆଯାଇଥିଲା । କିନ୍ତୁ ଥଇଥାନ ବାବଦରେ ତତ୍କାଳୀନ ସରକାର କୌଣସି ପଦକ୍ଷେପ ନେଇନଥିଲା । ଏନେଇ ପ୍ରାୟ ୪୦ବର୍ଷ ଧରି ସେମାନେ କ୍ଷତିପୂରଣ ଓ ଥଇଥାନ ପାଇଁ ଆନ୍ଦୋଳନ କରି ଆସୁଛନ୍ତି । ଗତ ପ୍ରାୟ ୧୦ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳକୁ ଆସି ଲୋକଙ୍କ ଅସୁବିଧା ଦେଖି ଏକର ପ୍ରତି ୫୦ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ନମିଳିବାରୁ ସେମାନେ ବାଧ୍ୟ ହୋଇ ଗତ ୧ ତାରିଖଠାରୁ ଜଳ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details