ଓଡିଶା

odisha

ETV Bharat / state

କାଶୀ ବିଶ୍ୱନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ପାଳନ: ଏକାଠି ହେଲେ ଗ୍ରାମବାସୀ - ରତ୍ନମୁଦ ଉତ୍ସବ

ଅନୁଗୋଳ କାଶୀ ବିଶ୍ୱନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ଅନୁଷ୍ଠିତ । ଉତ୍ସବରେ ଦୀର୍ଘଦିନ ପରେ ଏକାଠି ହୋଇଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ...

କାଶୀ ବିଶ୍ୱନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ପାଳନ: ଏକାଠି ହେଲେ ଗ୍ରାମବାସୀ
କାଶୀ ବିଶ୍ୱନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ପାଳନ: ଏକାଠି ହେଲେ ଗ୍ରାମବାସୀ

By

Published : Mar 2, 2021, 5:40 PM IST

ଅନୁଗୋଳ:କୋଭିଡ ଛଡାଇ ନେଇଥିଲା ଗାଁର ଭାତୃତ୍ୱ ଭାବ ଓ ଏକତା । ମନ୍ଦିର ପାଇଁ ଉତ୍ସବ କରି ପୁଣି ଏକାଠି ହେଲେ ଗାଁ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ସହର ପାଖ କୁମଣ୍ଡ ଗାଁ କାଶୀ ବିଶ୍ୱନାଥ ମନ୍ଦିରର ରତ୍ନମୁଦ ଉତ୍ସବରେ । କୁମଣ୍ଡ ଗାଁ ସହ ଆଖପାଖ ଗାଁଗୁଡିକରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଏହି ଉତ୍ସବରେ ଯୋଗ ଦେଇଛନ୍ତି ।

କାଶୀ ବିଶ୍ୱନାଥ ମନ୍ଦିରରେ ରତ୍ନମୁଦ ଉତ୍ସବ ପାଳନ: ଏକାଠି ହେଲେ ଗ୍ରାମବାସୀ

ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ୧୦୦ରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ କରିଥିଲେ । ହରିନାମ, ଭଜନ ଓ ମୃଦଙ୍ଗ ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା ମନ୍ଦିର ପରିସର । ଭକ୍ତମାନେ ବିପୁଳ ପରିମାଣର ଧାନ ଓ ମୂଲ୍ୟବାନ ଧାତୁ ପ୍ରଦାନ କରିଥିଲେ । ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା କେବଳ ମନ୍ଦିର ପରିସର ନୁହେଁ ସାରା ଗାଁରେ ଦେଖିବାକୁ ମିଳିଥିଲା ଏକ ଭକ୍ତିଭାବର ପରିବେଶ ।

ଏହି ଅବସରରେ ମହିଳାମାନେ ନିଜ ନିଜ ଘର ଆଗରେ ରଙ୍ଗୀନ ମୁରୁଜର ଚିତା ପକାଇ କଳସ, ଦୀପ ଓ ନଡ଼ିଆ ରଖି ଖୁବ୍ ସୁନ୍ଦର ଭାବେ ଗାଁକୁ ସଜାଇଥିଲେ । ତେବେ ଉତ୍ସବରେ ଗାଁରେ ଏକ ପ୍ରକାର ଭାଇଚାରା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details