ଅନୁଗୋଳ:ପ୍ରଭୁ ନିଜେ ଭକ୍ତଙ୍କ ପାଇଁ ଚାଲି ଆସିଛନ୍ତି ବଡ଼ଦାଣ୍ଡକୁ । ପ୍ରଭୁଙ୍କ ଏହି ଯାତ୍ରା ସାରା ବିଶ୍ଵର ଯାତ୍ରା । ଏହି ଯାତ୍ରାରେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଛନ୍ତି ଶିଳ୍ପପତି ନବୀନ ଜିନ୍ଦଲ । ଅନୁଗୋଳ ଦେବଭୂମିରେ ଆୟୋଜିତ ରଥଯାତ୍ରାରେ ନିଜକୁ ସାମିଲ କରି ଦେଶବାସୀଙ୍କ ମଙ୍ଗଳ କାମନା କରିଛନ୍ତି । ଚଳିତ ଥର ଦ୍ବିତୀୟ ବର୍ଷ ପାଇଁ ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଘୋଷଯାତ୍ରା ।
ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ହୋଇଥିବା ଜଗନ୍ନାଥ ମନ୍ଦିରରେ ଆୟୋଜିତ ହୋଇଛି ଘୋଷଯାତ୍ରା । ଯେଉଁଥିପାଇଁ କମ୍ପାନୀ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଦେବଭୂମି ଭାବେ ନାମିତ ଏହି ମନ୍ଦିରରୁ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିରୁ ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲା । ପ୍ରାତଃ କାଳରେ ଠାକୁରମାନଙ୍କର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଆରମ୍ଭ ହୋଇଥିଲା ପହଣ୍ଡି । ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ତାଙ୍କ ଧର୍ମପତ୍ନୀ ସାଲୁ ଜିନ୍ଦଲ ଏହି ରଥ ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ ।
ଏହା ବି ପଢନ୍ତୁ- Ratha Yatra 2023: ଗଡ଼ିଲା ନନ୍ଦିଘୋଷ ରଥ, ହରିବୋଲ ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ
ଏହି ପବିତ୍ର ଦିବସରେ ଯୋଗଦାନ କରି ନବୀନ ଜିନ୍ଦଲ ସମସ୍ତଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ସହ ଛେରା ପହଁରା ନୀତି ସମ୍ପନ୍ନ କରି ନିଜକୁ ଅତ୍ୟନ୍ତ ଭାଗ୍ୟଶାଳୀ ମନେ କରିଥିବା କହିଛନ୍ତି । ଏ ନେଇ ସେ କହିଛନ୍ତି, "ଭଗବାନ ନିକଟରେ ପ୍ରାର୍ଥନା କରୁଅଛି, ଆମ୍ଭ ସମସ୍ତଙ୍କୁ ସମାଜ ସେବା କରିବା ଲାଗି ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ସମସ୍ତଙ୍କୁ ମୋର ରଥଯାତ୍ରାର ହାର୍ଦ୍ଦିକ ଅଭିନନ୍ଦନ।" ପୁରୀ ମନ୍ଦିରର ବୈଦିକ ନୀତି ଅନୁସାରେ ପାଳନ କରାଯାଇଥିବା ଏହି ପବିତ୍ର କାର୍ଯ୍ୟକ୍ରମଟି ପ୍ରାତଃ ୪.୩୦ରୁ ସ୍ଵତନ୍ତ୍ର ପୂଜା ନୀତି ଯଥା ଦ୍ଵାର ଫିଟା, ମଙ୍ଗଳ ଆରତୀ, ମଇଲମ, ତଡପଲାଗି, ଅବକାଶ ନୀତି କରାଯାଇଥିଲା ।
ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲ ପ୍ରାତଃ କାଳରେ ସକାଳର ନୀତିକାନ୍ତି ନିର୍ବାହ କରିବା ସହ ସ୍ଵତନ୍ତ୍ର ପୂଜା ଯଥା ରଥ ପ୍ରତିଷ୍ଠା ଏବଂ ଶ୍ରଦ୍ଧା ଓ ଭକ୍ତିର ସହ ମନ୍ଦିରର ମୁଖ୍ୟ ପୁରୋହିତଙ୍କ ପରାମର୍ଶ ଅନୁସାରେ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ । ଏହା ବ୍ୟତୀତ ପହଣ୍ଡି ସମୟରେ ଉଭୟ ନବୀନ ଓ ସାଲୁ ନିଜକୁ ସାମିଲ କରିଥିଲେ । ମହାବାହୁଙ୍କ ପୂଜାର୍ଚ୍ଚନା କରିବାର ସାନିଧ୍ୟ ପାଇଁ ଉଭୟ ଖୁସି ବ୍ୟକ୍ତ କରିବା ସହ ଜଗତର କଲ୍ୟାଣ ପାଇଁ ଠାକୁରଙ୍କ ନିକଟରେ ବିନତି କରିଥିଲେ । ଏହା ବ୍ୟତୀତ ଏହି ଯାତ୍ରାରେ ଆଖ ପାଖ ଗାଁ ଲୋକେ ଜିନ୍ଦଲ ନଗରର ଶ୍ରଦ୍ଧାଳୁ ସାମିଲ ହୋଇ ରଥ ଟାଣିଥିଲେ।
ଇଟିଭି ଭାରତ, ଅନୁଗୋଳ