ଅନୁଗୋଳ:ଆଉ ଦିନକ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଅଣସର ପିଣ୍ଡିରୁ ଓହ୍ଲାଇ ଚତୁର୍ଦ୍ଧାମୁର୍ତ୍ତୀ ରଥରେ ବିରାଜି ଯିବେ ଗୁଣ୍ଡିଚା ଘର । ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ରଠୁ ନେଇ ଶୈଳ ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜଗତର ନାଥ ଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧରି ଯିବେ ମାଉସୀ ଘର । ଆଉ ଏଥିପାଇଁ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି ।
ଏହା ବି ପଢନ୍ତୁ..ରାଜନଅରକୁ ହେଲା ଖଡ଼ି ପ୍ରସାଦ ବିଜେ ନୀତି, ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ବିରୋଧ
ରଥଯାତ୍ରା ନେଇ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି । ଚଳିତ ବର୍ଷ ଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ କିଭଳି ସମାପନ କରାଯିବ ସେନେଇ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସୂଚନା ଦିଆଯାଇଛି । ତିଥି ଅନୁସାରେ ଆସନ୍ତା ୨୦ ତାରିଖ ହେଉଛି ରଥଯାତ୍ରା । ଏହାର ଦିନକ ପୂର୍ବରୁ ଆସନ୍ତାକାଲି(ସୋମବାର) ଅର୍ଥାତ ୧୯ ତାରିଖ ଶ୍ରୀବିଗ୍ରହ ନବ ଯୌବନ ବେଶରେ ଦର୍ଶନ ଦେବେ । ଏଥିପାଇଁ ନୀତି ନିର୍ଘଣ୍ଟ ଧାର୍ଯ୍ୟ ହୋଇଛି । ତା ପର ଦିନ ଅର୍ଥାତ ୨୦ କାଳିଆ ସଆନ୍ତେଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ।