ଓଡିଶା

odisha

ETV Bharat / state

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରଣହୁଙ୍କାର, ସରକାରଙ୍କୁ ଦେଲା ଚେତାବନୀ - Mazdoor congress protest

Rashtriya mazdoor congress protest : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବିକ୍ଷୋଭ । ମହିଳା ସଶକ୍ତ ନାଁରେ ଶୋଷଣ କରୁଥିବା ଅଭିଯୋଗ । ୧୧ ଦଫା ଦାବି ପୂରଣ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ । ଅଧିକ ପଢନ୍ତୁ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରଣହୁଙ୍କାର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ
ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରଣହୁଙ୍କାର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ

By ETV Bharat Odisha Team

Published : Dec 31, 2023, 7:23 AM IST

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ରଣହୁଙ୍କାର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଚେତାବନୀ

ଅନୁଗୋଳ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ । ଆଇ ଏନଟିୟୁସି କେନ୍ଦ୍ର ଉପସଭାପତି ତଥା ଶ୍ରମିକ ନେତା ରାମ ଖୁଣ୍ଟିଆ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ବିରୋଧ କରିଛନ୍ତି । ମହିଳା ସଶକ୍ତିକରଣ ନାଁରେ ଶୋଷଣ କରୁଥିବା ଅଭିଯୋଗ କରିଛନ୍ତି । ଖାଲି ସେତିକି ନୁହେଁ ଆଗାମୀ ନିର୍ବାଚନରେ ଶ୍ରମିକମାନେ ଜବାବ ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ଅନୁଗୋଳ ଜିଲ୍ଲା କଣିହାଁ ପ୍ରଜାମଣ୍ଡଳ ଠାରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଏକ ବିରାଟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମଜଦୁର କଂଗ୍ରେସର ଜିଲ୍ଲା ସଭାପତି ଦିଗାମ୍ବର ଗଡନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲାର ୩ ହଜାରରୁ ଅଧିକ ଶ୍ରମିକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏନଟିୟୁସି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଶ୍ରମିକମାନଙ୍କ ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ । ବିଶେଷକରି ତାଳଚେର ଠାରେ ପବିତ୍ର ମୋହନ ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, କୋଇଲା ଉତ୍ତୋଳନ ପରେ ପାହାଡ ପରି ଗଦା ହୋଇଥିବା ଅଞ୍ଚଳକୁ ସମତଳ କରାଯାଇ ବୃକ୍ଷରୋପଣ କରିବା ଏବଂ ଉକ୍ତ ଜମିକୁ ବାସହୀନ ଭୂମିହୀନ ପ୍ରଜାମାନଙ୍କୁ ପ୍ରଦାନ କରିବା ପାଇଁ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗଟେ କଲେ ମନମୋହନ

ଏହାସହ ତାଳଚେର ପାଲଲହଡା ଅଞ୍ଚଳର ସମସ୍ତ ଦର୍ଶନୀୟ ଓ ପର୍ଯ୍ୟଟନ ସ୍ଥାନକୁ ନେଇ ପର୍ଯ୍ୟଟନ କେନ୍ଦ୍ରରେ ରୂପାନ୍ତରିତ କରିବା, ଏନଟିପିସି ଓ ଜିନ୍ଦଲର ପାଉଁଶ ପ୍ରଦୂଷଣକୁ ତୁରନ୍ତ ବନ୍ଦ କରିବା, କଣିହାଁ ଠାରୁ ଗୋଡ଼ିବନ୍ଧ ରାସ୍ତାକୁ ୪ ଥାକିଆ ରାସ୍ତା ବିଶିଷ୍ଟ କରିବା । ଏହାସହ ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ପାଚିକା /ସହାୟିକା, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଆଶାକର୍ମୀ, ଅଙ୍ଗନବାଡି କର୍ମୀମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ସେମାନଙ୍କୁ ୬ ମାସର ବେତନ ସହ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା, ଡିସେମ୍ବର ୨୦୦୯ରୁ ମାର୍ଚ୍ଚ ୨୦୧୨ ପର୍ଯ୍ୟନ୍ତ କାମ କରୁଥିବା ଯେଉଁ କର୍ମଚାରୀମାନେ ବର୍ଦ୍ଧିତ ମଜୁରୀ ପାଇଁ ନାହାନ୍ତି ସେମାନଙ୍କୁ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରାଯାଇଛି ।

ଅନ୍ୟପଟେ ପାଚିକା ସହାୟିକାମାନଙ୍କୁ ୧୦ ମାସ ବଦଳରେ ୧୨ ମାସର ମଜୁରୀ ପ୍ରଦାନ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ସମାବେଶ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କ ସମେତ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details