ଅନୁଗୋଳ: ଭାଇ ଭଉଣୀଙ୍କ ସମ୍ପର୍କର ବନ୍ଧନ ହେଉଛି ରକ୍ଷା ବନ୍ଧନ । ହେଲେ ଚଳିତ ଥର ଏହି ପବିତ୍ର ବନ୍ଧନରେ କୋରୋନା କଟକଣାର ପ୍ରଭାବ ପଡ଼ିଛି । ଅନୁଗୋଳରେ ଗତ ଦୁଇ ଦିନ ସଟଡାଉନ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ସୋମବାର ସକାଳୁ ସକାଳୁ ରାକ୍ଷୀ ଦୋକାନ ଗୁଡିକ ଖୋଲିଛି ହେଲେ ସେତେମାତ୍ରାରେ ଭିଡ଼ ନାହିଁ ।
କୋଭିଡ କଟକଣାରେ ପାଳିତ ହେଉଛି ରକ୍ଷା ବନ୍ଧନ - କୋଭିଡ କଟକଣାରେ ପାଳିତ ହେଉଛି ରକ୍ଷା ବନ୍ଧନ
ସାରା ଦେଶରେ କୋରୋନାର କାୟା । ରାଜ୍ୟରେ ମଧ୍ୟ ଚାଲିଛି ସଟଡାଉନ ଓ କୋରୋନା ଜନିତ କଟକଣା । ଏହାରି ମଧ୍ୟରେ ପାଳନ ହେଉଛି ଭାଇ ଭଉଣୀର ପବିତ୍ର ବନ୍ଧନର ଉତ୍ସବ ରକ୍ଷା ବନ୍ଧନ । ଅଧିକ ପଢ଼ନ୍ତୁ...
କୋଭିଡ କଟକଣାରେ ପାଳିତ ହେଉଛି ରକ୍ଷା ବନ୍ଧନ
ଚଳିତ ବର୍ଷ ସାରା ଦେଶରେ କୋରୋନା ଜନିତ କଟକଣା ଯୋଗୁଁ ଗ୍ରାହକଙ୍କ ମନ ପସନ୍ଦର ରାକ୍ଷୀ ମଧ୍ୟ ଆସି ପାରିନାହିଁ। ଏଥର ଦୋକାନୀ ମାନେ ଯେତିକି ରାକ୍ଷୀ ମହଜୁଦ ରଖିଥିଲେ ସେତିକିରେ ଗ୍ରାହକଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ବିଗତ ବର୍ଷ ଗୁଡିକ ଅପେକ୍ଷା ରାକ୍ଷୀର ଦର ମଧ୍ୟ ଅଧିକ ରହିଛି। ତେବେ ସେ ଯାହା ହେଉ ନା କାହିଁକି ଆମ ପରମ୍ପରାକୁ ବଜାୟ ରଖିବା ପାଇଁ ଭୁଣୀ ମାନେ ଆସି କିଣି ନେଉଛନ୍ତି ରାକ୍ଷୀ। କିନ୍ତୁ ପୂର୍ବ ବର୍ଷ ପରି ଏ ବର୍ଷ ଦୋକାନ ବଜାରରେ ସେତେଟା ଉତ୍ସାହ ଦେଖିବାକୁ ମିଳୁନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ