ଓଡିଶା

odisha

ETV Bharat / state

ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଜସ୍ଥାନ ୟୁନାଇଟେଡ଼ ଚମ୍ପିଆନ - ରାଜସ୍ଥାନ ୟୁନାଇଟେଡ଼ ଚମ୍ପିୟାନ

ପ୍ରଥମ ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ହେଲା ରାଜସ୍ଥାନ ୟୁନାଇଟେଡ଼ । ଚର୍ଚିଲ ବ୍ରଦର୍ସ ଗୋଆକୁ ୫-୩ ଗୋଲରେ ହରାଇ ବିଜୟୀ ହୋଇଛି ରାଜସ୍ଥାନ । ଅଧିକ ପଢ଼ନ୍ତୁ

ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଜସ୍ଥାନ ୟୁନାଇଟେଡ଼ ଚମ୍ପିୟାନ
ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଜସ୍ଥାନ ୟୁନାଇଟେଡ଼ ଚମ୍ପିୟାନ

By

Published : Nov 9, 2022, 1:27 PM IST

ଅନୁଗୋଳ: ରାଜସ୍ଥାନ ୟୁନାଇଟେଡ଼ ହୋଇଛି ପ୍ରଥମ ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ । ଚର୍ଚିଲ ବ୍ରଦର୍ସ ଗୋଆକୁ ୫ -୩ ଗୋଲରେ ହରାଇ ରାଜସ୍ଥାନ ଏହି ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟ ମୁକୁଟ ପିନ୍ଧିଛି । ଫାଇନାଲ ମ୍ୟାଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଚମ୍ପିଆନ ଓ ରନର ଅଫ ଦଳକୁ ପୁରସ୍କୃତ କରିଥିଲେ ।

ଓଡ଼ିଶାରେ ଆରମ୍ଭ ହେଇଥିବା ପ୍ରଥମ ବାଜି ରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡ଼ିକ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ତିନୋଟି ଷ୍ଟାଡିୟମରେ ଖେଳାଯାଇଥିଲା । ଆଜି ଫାଇନାଲ ମ୍ୟାଚ ଖେଳା ଯାଇଥିଲା ତାଳଚେର ବ୍ଲାକ ଡାଇମଣ୍ଡ ଷ୍ଟାଡିୟମରେ । ମ୍ୟାଚ ଆରମ୍ଭରୁ ସଙ୍ଘର୍ଷପୂର୍ଣ୍ଣ ରହିଥିଲା । ଖେଳର ପ୍ରଥମାର୍ଦ୍ଧରେ ରାଜସ୍ଥାନ ୨ଟି ଗୋଲ ସ୍କୋର୍‌ କରିଥିବା ବେଳେ ଜବାବରେ ଗୋଆ ମଧ୍ୟ ଗୋଟିଏ ଗୋଲ ସ୍କୋର କରିଥିଲା । ଦ୍ୱିତୀୟାର୍ଦ୍ଧରେ ଗୋଆ ଆଉ ଗୋଟିଏ ଗୋଲ୍‌ ସ୍କୋର୍‌ କରି ମ୍ୟାଚକୁ ବରାବର କରିଦେଇଥିଲା । କିନ୍ତୁ ଶେଷରେ ରାଜସ୍ଥାନ ୫-୩ ଗୋଲ୍‌ରେ ମ୍ୟାଚ ଜିତି ନେଇଥିଲା ।

ବାଜିରାଉତ କପ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ରାଜସ୍ଥାନ ୟୁନାଇଟେଡ଼ ଚମ୍ପିୟାନ

ଏହି ଟୁର୍ଣ୍ଣାମେଣ୍ଟରେ ରବିବାର ରହିଥିଲା ସେମିଫାଇନାଲ ମ୍ୟାଚ । ଦୁଇଟି ସେମିଫାଇନାଲ ମ୍ୟାଚରେ ୪ ଦଳ ମୁହାଁମୁହିଁ ହୋଇଥିଲେ । ଅନୁଗୋଳ କଦମ ପଡ଼ିଆରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ପ୍ରଥମ ମ୍ୟାଚ ଚର୍ଚ୍ଚିଲ ବ୍ରଦର୍ସ ଗୋଆ ଓ କଂକରେ ମୁମ୍ବାଇ ମଧ୍ୟରେ ହୋଇଥିଲା । ଏଥିରେ ଗୋଆ ବିଜୟୀ ହୋଇଥିଲା । ସେହିପରି ଦ୍ୱିତୀୟ ମ୍ୟାଚ ହାଇଦ୍ରାବାଦ ଓ ରାଜସ୍ଥାନ ୟୁନାଇଟେଡ ମଧ୍ୟରେ ହୋଇଥିବାବେଳେ ଏଥିରେ ରାଜସ୍ଥାନ ବିଜୟୀ ହୋଇଥିଲା । ଫଳରେ ଉଭୟ ବିଜୟୀ ଦଳ ଆଜି ଫାଇନାଲ୍‌ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ।

ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହ ସମ୍ମାନୀତ ଅତିଥି ଭାବେ ଅଲ ଇଣ୍ଡିଆ ଫୁଟବଲ ସଙ୍ଘ ସଭାପତି କଲ୍ୟାଣ ଚୌବେ ଏବଂ ଓଡ଼ିଶା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଯୋଗ ଦେଇ ଉଭୟ ଚମ୍ପିୟାନ ଓ ରନର ଅପ୍‌ ଦଳକୁ ଟ୍ରଫି ଓ ଚେକ୍‌ ପ୍ରଦାନ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

For All Latest Updates

TAGGED:

ABOUT THE AUTHOR

...view details