ଓଡିଶା

odisha

ETV Bharat / state

ଯୁବପିଢ଼ିଙ୍କ ଦକ୍ଷତାର ବିକାଶ କରିବ ରେଳ କୌଶଳ ବିକାଶ ଯୋଜନା - rail kaushal vikas yojana indian railway skill development programme

ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା । ଯାହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବିଭିନ୍ନ ରେଳ ମଣ୍ଡଳ ଏବଂ ପ୍ରଡକ୍ସନ ୟୁନିଟରେ ଆଗାମୀ ୩ ବର୍ଷ ମଧ୍ୟରେ ମାଟ୍ରିକ ପାସ କରିଥିବା ୫୦ ହଜାର ଆଗ୍ରହୀ ଯୁବପିଢ଼ିଙ୍କୁ ୪ଟି ଟ୍ରେଡ଼ରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ଯୁବପୀଢ଼ିଙ୍କ ଦକ୍ଷତାର ବିକାଶ କରିବ ରେଳ କୌଶଳ ବିକାଶ ଯୋଜନା
ଯୁବପୀଢ଼ିଙ୍କ ଦକ୍ଷତାର ବିକାଶ କରିବ ରେଳ କୌଶଳ ବିକାଶ ଯୋଜନା

By

Published : Sep 18, 2021, 10:59 AM IST

ଅନୁଗୋଳ:ଆରମ୍ଭ ହେଲା ରେଳ କୌଶଳ ବିକାଶ ଯୋଜନା । ଯାହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ମଧ୍ୟରେ ଏହି ଯୋଜନାର ଆରମ୍ଭ କରିଛନ୍ତି ମନ୍ତ୍ରୀ । ବିଭିନ୍ନ ରେଳ ମଣ୍ଡଳ ଏବଂ ପ୍ରଡକ୍ସନ ୟୁନିଟରେ ଆଗାମୀ ୩ ବର୍ଷ ମଧ୍ୟରେ ମାଟ୍ରିକ ପାସ କରିଥିବା ୫୦ ହଜାର ଆଗ୍ରହୀ ଯୁବପିଢ଼ିଙ୍କୁ ୪ଟି ଟ୍ରେଡ଼ରେ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ମନ୍ତ୍ରୀ କୌଶଳ ବିକାଶ ଯୋଜନା ମାଧ୍ୟମରେ ଏହି ରେଳ କୌଶଳ ଯୋଜନା କାର୍ଯ୍ୟକାରୀ କରିବ। ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷତ୍ରରେ ଟ୍ରେନିଂ ଦେଇ କିଭଳି ସେମାନଙ୍କ ଦକ୍ଷତାର ବିକାଶ କରାଯିବ, ସେଥିପାଇଁ ରେଳବାଇ କାର୍ଯ୍ୟ କରିବ ।

ଯୁବପୀଢ଼ିଙ୍କ ଦକ୍ଷତାର ବିକାଶ କରିବ ରେଳ କୌଶଳ ବିକାଶ ଯୋଜନା

ଏହି ଯୋଜନାରେ, ସର୍ବନିମ୍ନ 18 ରୁ 35 ବର୍ଷ ବୟସରେ ମାଟ୍ରିକ୍ ପାସ୍ ଯୋଗ୍ୟତା ଥିବା ବେକାର ଯୁବକଙ୍କୁ ଦକ୍ଷତା ବିକାଶ ପାଇଁ ମାଗଣା ତାଲିମ ଦିଆଯିବ । ସଫଳତାର ସହିତ ପ୍ରଶିକ୍ଷଣ ସମ୍ପାଦନ ପରେ ଛାତ୍ରଛାତ୍ରୀଙ୍କୁ ରେଳବାଇ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯିବ । ତେବେ ପୂର୍ବ ତଟ ରେଳପଥ ଏହି ଅଞ୍ଚଳର 2500 ଯୁବକଙ୍କୁ ସୁଯୋଗ ପ୍ରଦାନ କରିବାକୁ ଯୋଜନା କରିଛି ।

ଏହା ବ୍ୟତୀତ ୱେଲ୍ଡିଂ, ବୈଦ୍ୟୁତିକ କାର୍ଯ୍ୟ ଓ ଫିଟର କାର୍ଯ୍ୟ ଇତ୍ୟାଦିରେ ପ୍ରଶିକ୍ଷଣ ପାଇଁ ବିଶାଖାପାଟନମରେ ଡିଜେଲ ଲୋକୋ ଶେଡ, ଅନୁଗୋଳ ଓ ବିଶାଖାପାଟନମ ଇଲେକ୍ଟ୍ରିକ୍ ଲୋକୋ ଶେଡ୍ ଏବଂ ମଞ୍ଚେଶ୍ବର ରେଳ ଡବା ମରାମତି କାରଖାନାମାନଙ୍କରେ ପ୍ରତ୍ୟେକ ସ୍ଥାନରେ 20 ଟି ସ୍ଲଟ୍ ସହିତ ତାଲିମ ଦିଆଯିବ । ଯାହା ପାଇବା ଦ୍ବାରା ପ୍ରଶିକ୍ଷାର୍ଥୀମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ଅଶ୍ବିନୀ ବୋଲି କହିଛନ୍ତି । ତେବେ ସାରା ଦେଶରେ ଏକକାଳୀନ ୭୫ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details