ଓଡିଶା

odisha

ETV Bharat / state

ଚୋରା କାଠ ଦୋକାନରେ ବନବିଭାଗର ଚଢ଼ାଉ, ବିପୁଳ କାଠ ଜବତ - କାଠ ଦୋକାନରେ ବନବିଭାଗର ଚଢାଉ

ଚୋରା କାଠ ଦୋକାନରେ ବନବିଭାଗର ଚଢାଉ। ବର୍ତ୍ତମାନ ସମୟରେ ଚଢାଉ ଜାରି ରହିଥିବା ବେଳେ ଲକ୍ଷାଧିକ ଟଙ୍କାର କାଠ ଜବତ କରାଯାଇଛି। ଅଧିକ ଖବର ପଢନ୍ତୁ...

ଚୋରା ଫର୍ଣ୍ଣୀଚର ଦୋକାନରେ ବନ ବିଭାଗର ଚଢ଼ାଉ,ବିପୁଳ କାଠ ଜବତ
raid in furniture shop

By

Published : Jan 28, 2020, 10:22 AM IST

ଅନୁଗୋଳ: ଚୋରାରେ ଚାଲିଛି ଫର୍ଣ୍ଣିଚର କାରଖାନା। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ କୋଶଳା ଗାଁର ଏକ ଫର୍ଣ୍ଣିଚର କାରଖାନାରୁ ବିପୁଳ ପରିମାଣର ଚୋରା ଶାଗୁଆନ କାଠ ଜବତ କରିଛି ଛେଣ୍ତିପଦା ବନବିଭାଗ।

ଚୋରା ଫର୍ଣ୍ଣୀଚର ଦୋକାନରେ ବନ ବିଭାଗର ଚଢ଼ାଉ,ବିପୁଳ କାଠ ଜବତ

ସୂଚନା ଅନୁସାରେ,ଛେଣ୍ଡିପଦା ଅଞ୍ଚଳର ବହୁ ସ୍ଥାନରେ ଦୀର୍ଘ ଦିନ ହେବ ଏହି ବେଆଇନ ଫର୍ଣ୍ଣିଚର କାରଖାନା ଚାଲିଥିବା ସୂଚନା ପାଇଥିଲା ବନବିଭାଗ। ତେବେ ସୋମବାର ଅପରାହ୍ନରେ ଅତର୍କିତ ଭାବେ ଉକ୍ତ ଫର୍ଣ୍ଣିଚର କାରଖାନାରେ ଚଢ଼ାଉ କରି ଶହେ ଖଣ୍ଡରୁ ଉର୍ଦ୍ଧ୍ବ ଶାଗୁଆନ କାଠ ସହ ଅର୍ଦ୍ଧନିର୍ମିତ ପଲଙ୍କ, ଡ୍ରେସିଙ୍ଗ ଟେବୁଲ, କବାଟ ମଧ୍ୟ ଜବତ କରିଥିବା ଜଣାପଡିଛି।

ବନବିଭାଗର ଚଢାଉ ସମୟରେ କେହି ଗିରଫ ହୋଇନଥିବା ବେଳେ କାଠର ସଠିକ ମୂଲ୍ୟ ଆକଳନ କରାଯାଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ଚଢାଉ ଜାରି ରହିଛି। ଆଗାମୀ ଦିନରେ ଯେଉଁ ଯେଉଁ ସ୍ଥାନରେ ବେଆଇନ କାଠ କାରଖାନା କରାଯାଇଛି ସବୁ ସ୍ଥାନରେ ଚଢାଉ ଜାରି ରହିବ ବୋଲି ବନବିଭାଗ ସୂଚନା ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details