ଅନୁଗୋଳ:ଜିଲ୍ଲା ପାଲଲହଡା ବ୍ଳକରେ ହେଉଛି ବ୍ୟାପକ ଦୁର୍ନୀତି । ଅନେକ ସରକାରୀ ଯୋଜନା ବାଟ ମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ବ୍ଲକର ରୋହିଲା ପଞ୍ଚାୟତବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ପକ୍କା ଘର ମିଳୁଛି । ଏପରିକି ସରକାରୀ ଚାକିରୀ କରିଥିବା ଲୋକଙ୍କୁ ଘର ମିଳିଥିବା ବେଳେ ଗରିବଙ୍କୁ ଏହି ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଲୋକେ ।
ସରକାରୀ ଯୋଜନା ବାଟମାରଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ - ସରକାରୀ ଯୋଜନା ବାଟ ମାରଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ
ସରକାରୀ ଯୋଜନା ବାଟ ମାରଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ। ପ୍ରଶାସନ ଦୁର୍ନୀତର ତଦନ୍ତ ନ କଲେ ଆନ୍ଦୋଳନର ଚେତାବନୀ ଦେଲା ବିଜେପି । ଅଧିକ ପଢନ୍ତୁ....
ସରକାରୀ ଯୋଜନା ବାଟ ମାରଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ
ସରକାରୀ ଯୋଜନା ବାଟ ମାରଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ
ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ବରେ ଏକାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି। ଯଦି ପ୍ରଶାସନ ଏଦିଗରେ ଦୃଷ୍ଟି ନ ଦିଏ ତେବେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ
TAGGED:
awas yojna