ଅନୁଗୋଳ:ଜିଲ୍ଲା ପାଳୁଛି ଜିଲ୍ଲା ଗଠନର 30 ବର୍ଷ ପୂର୍ତ୍ତି । ଏହାପାଇଁ ଜିଲ୍ଲାବ୍ୟାପି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଅବସରରେ ଆଜି ଜିଲ୍ଲାର ବିଭିନ୍ନ ଉପଖଣ୍ଡରେ ରାହାଗିରି ବା ପଥଉତ୍ସଵ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି ।
ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରୁ BED କଲେଜ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଥଲା ବିଭିନ୍ନ କଳା ପ୍ରତିଭା । ଯୋଗ ଠାରୁ ଆରମ୍ବ କରି ଡ୍ୟାନ୍ସ, ଜୁମ୍ବ ଠାରୁ ଆରମ୍ଭ କରି କରାଟେ ଏଭଳି କେତେକଣ କଳା ପ୍ରତିଭା ଦେଖିଥିଲେ ଦର୍ଶକ ।
ପୁରା ତିନି ଘଣ୍ଟା କାଳ ରାସ୍ତାକୁ ନିଜ କବ୍ଜାକୁ ନେଇଥିଲେ ଅନୁଗୋଳ ସହରବାସୀ । ଧୁଡୁକି ବାଦ୍ୟ ଠାରୁ ଆରମ୍ଭ କରି ମହିମା ଧର୍ମି ଖଞ୍ଜଣି ସଙ୍ଗୀତ ପରିବେଷଣ ଦେଖୁଥିଲେ ସହରବାସୀ । ଶୀତୁଆ ସକାଳରେ ଏହି ପଥ ଉତ୍ସବକୁ ମନଭରି ଉପଭୋଗ କରିଥିଲେ ସମସ୍ତେ । ଛୁଆ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହାର ମଜା ନେଇଥିଲେ।