ଅନୁଗୋଳ: ଜିଲ୍ଲାର ପାଳଲହଡା ଅଞ୍ଚଳରେ ଅଭାବନୀୟ ଘଟଣା। ସର୍ବ ସମ୍ମୁଖରେ ଯୁବକଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଛି ଜଣେ ଦୁର୍ବୃତ୍ତ। ମୃତକ ହେଉଛନ୍ତି ପାଲଲହଡାର ନରେନ୍ଦ୍ର ବେହେରା। ସେ ଏକ ଚା’ ଦୋକାନ ପାଖରେ ଠିଆ ହୋଇଥିଲେ। ହଠାତ ଦୁର୍ବୃତ୍ତ ଜଣକ ଏକ ଛୁରୀରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ନିଜକୁ ବଞ୍ଚାଇବା ପାଇଁ ନରେନ୍ଦ୍ର ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତ ଗୋଡାଇ ଗୋଡାଇ ଛୁରୀ ମାରି ଚାଲିଥିଲେ। ଫଳରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପଡି ଯାଇଥିଲେ। ପ୍ରଚୁର ରକ୍ତସ୍ରାଵ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।
ପାଳଲହଡାରେ ଚାଞ୍ଚଲ୍ୟ; ଯୁବକଙ୍କୁ ସର୍ବ ସମ୍ମୁଖରେ ହତ୍ୟା - ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ
ଅନୁଗୋଳ ପାଳଲହଡାରେ ଜଣେ ଯୁବକଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସର ତନାଘନା ଜାରି ରହିଛି।
![ପାଳଲହଡାରେ ଚାଞ୍ଚଲ୍ୟ; ଯୁବକଙ୍କୁ ସର୍ବ ସମ୍ମୁଖରେ ହତ୍ୟା](https://etvbharatimages.akamaized.net/etvbharat/prod-images/768-512-4936899-thumbnail-3x2-llll.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ହତ୍ୟାକାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ କ’ଣ ପାଇଁ ଏହି ହତ୍ୟାକାଣ୍ଡ ଘଟିଛି, ତାହାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଖବର ପାଇ ପାଳଲହଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଅନୁଗୋଳରରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ