ଓଡିଶା

odisha

ETV Bharat / state

ଅନୁଗୋଳରେ ଟିକାକରଣ ଦ୍ବନ୍ଦ ଦୂର କଲେ ଜନସ୍ବାସ୍ଥ୍ୟ ଅଧିକାରୀ - ଟିକା

ଜିଲ୍ଲାରେ କିଭଳି ରହିଛି ଟିକା ଦାନ ଏବଂ କଣ ରହିଛି ଆଗାମୀ ରଣନୀତି ଏନେଇ ଉତ୍ତର ରଖିଛନ୍ତି ଜନସ୍ବାସ୍ଥ୍ୟ ଅଧିକାରୀ । ଅଧିକ ପଢନ୍ତୁ...

ଅନୁଗୋଳରେ ଟିକାକରଣ ଦ୍ବନ୍ଦ ଦୂର କଲେ ଜନସ୍ବାସ୍ଥ୍ୟ ଅଧିକାରୀ
ଅନୁଗୋଳରେ ଟିକାକରଣ ଦ୍ବନ୍ଦ ଦୂର କଲେ ଜନସ୍ବାସ୍ଥ୍ୟ ଅଧିକାରୀ

By

Published : May 17, 2021, 3:58 PM IST

ଅନୁଗୋଳ: ଜିଲ୍ଲାରେ ଚାଲିଛି ଟୀକାକରଣ। ଦ୍ବିତୀୟ ଡୋଜ ଟୀକା ଦେବା ଅବଧି ବୃଦ୍ଧି ପାଇବା ପରେ ଆଜିଠାରୁ ଆରମ୍ଭ ହୋଇଛି ପୁଣିଥରେ ପ୍ରଥମ ଡୋଜ ଟିକାଦାନ। ଏଥିପାଇଁ ବିଭିନ୍ନ ସହରାଞ୍ଚଳରେ ୱାର୍ଡ ଗୁଡିକରେ ସୁବିଧାରେ ଟିକା ଦାନ କରାଯାଉଛି। ସେହିପରି ବ୍ଲକ ଗୁଡ଼ିକରେ ମଧ୍ୟ ଟୀକାକରଣ ଆରମ୍ଭ ହୋଇଛି। ଅନୁଗୋଳ ଜିଲ୍ଲାରେ ଏବେ ସୁଦ୍ଧା ୧ ଲକ୍ଷ ୪୮ ହଜାର ୨୬୦ ଡୋଜ ଟିକା ଆସିଛି। ସେଥିମଧ୍ୟରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ମିଶାଇ ୧ ଲକ୍ଷ ୩୦ ହଜାର ୫୧୩ ଡୋଜ ଟିକା ଦିଆସରିଛି।

ଅନୁଗୋଳରେ ଟିକାକରଣ ଦ୍ବନ୍ଦ ଦୂର କଲେ ଜନସ୍ବାସ୍ଥ୍ୟ ଅଧିକାରୀ

ଅନ୍ୟପଟେ କୋଭିଡ ଟୀକାକରଣକୁ ନେଇ ଲାଗିରହିଛି ଦ୍ବନ୍ଦ। କିଏ କେବେ ଟିକା ନେବ ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । କେହି କେହି ଟିକା ସରି ଯାଉଥିବାରୁ ସରକାର ଦ୍ଵିତୀୟ ଡୋଜର ଅବଧି ବଢାଯାଉଥିବା ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି। ସେହିପରି ଜିଲ୍ଲାରେ କିଭଳି ରହିଛି ଟୀକା ଦାନ ଏବଂ କଣ ରହିଛି ଆଗାମୀ ରଣନୀତି ଏଭଳି ସ୍ଥିତିରେ ଜନସାଧାରଣଙ୍କ ଦ୍ଵନ୍ଦ ଦୁର କରିବାକୁ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଟିକା ପରିଚାଳନାରେ ଥିବା ଡାକ୍ତର ଧନଞ୍ଜୟ ବେହେରାଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details