ଅନୁଗୋଳ:ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣାକୁ ନେଇ ପ୍ରତିବାଦ । ପୁରୀ ଜିଲ୍ଲାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣ ଘଟଣାକୁ ନିନ୍ଦା । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନୁଗୋଳର ଗଣମାଧ୍ୟମ ପ୍ରତିନିଧି ମାନେ । ପୁରୀ ପୋଲିସର ଆଚରଣକୁ ଅନୁଗୋଳ ଜିଲା ସାମ୍ବାଦିକ ସମୂହ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏଥିସହ ଅଭିଯୁକ୍ତ ପୋଲିସ କର୍ମଚାରୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ସାମ୍ବାଦିକଙ୍କୁ ଆକ୍ରମଣ କରିବା ନେଇ ଅନୁଗୋଳରେ ପ୍ରତିବାଦ ଖବରଦାତାମାନେ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଥିବା ନେଇ ନଜିର ରହିଛି । ଯାାହାଦ୍ୱାରା କି ସାମ୍ବାଦିକତା ବୃତ୍ତିରେ ଥିବା ବ୍ୟକ୍ତିମାନେ ଦିନକୁ ଦିନ ଅସୁରକ୍ଷିତ ମଣୁଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଅନୁଗୋଳର ସାମ୍ବାଦିକ ମାନେ ଦାବି କରିଛନ୍ତି ।
ଏନେଇ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଗତ ୧୯ ତାରିଖରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟରତ ପୁରୀ ଜିଲ୍ଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସ ଆକ୍ରମଣ କରିଥିଲା । ଜଣେ ଖବରଦାତା ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କ କଣ୍ଠରୁଦ୍ଧ କରିବାକୁ ପୋଲିସ ଦମନଲୀଳା କରିଥିଲା ।
ତେବେ ପୁରୀ ଜିଲ୍ଲା ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନୁଗୋଳ ଜିଲା ସାମ୍ବାଦିକ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଜଣେ ଖବରଦାତା ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କ କଣ୍ଠରୁଦ୍ଧ କରିବାକୁ ପୋଲିସ ଦମନଲୀଳା କରିଥିଲା । ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଚିଭି ଭାରତ