ଓଡିଶା

odisha

ETV Bharat / state

ମଜୁରୀ ବୃଦ୍ଧି ଦାବିରେ ଅଲ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ - ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟରେ ପ୍ରାୟ 10 ଲକ୍ଷ କେନ୍ଦୁପତ୍ର କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କ ମଜୁରୀ ବୃଦ୍ଧି ବର୍ଦ୍ଧିତ ହାରରେ ମଜୁରୀ ଦିଆଯାଉନାହିଁ । ଯାହାକୁ ନେଇ ଅନୁଗୋଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ
demands

By

Published : Mar 2, 2020, 7:17 PM IST

Updated : Mar 2, 2020, 9:12 PM IST

ଅନୁଗୋଳ: ବିଭିନ୍ନ ଦାବି ନେଇ ଅଲ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘର ରାଜ୍ୟ ସଭାପତି ଯୋଗେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ବରେ ସାରା ରାଜ୍ୟରୁ ପ୍ରାୟ 5 ହଜାରରୁ ଅଧିକ କେନ୍ଦୁପତ୍ର କର୍ମଚାରୀ ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରୁ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ । ଏହାପରେ ଡ଼ିଏଫଓଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ ।

ମଜୁରୀ ବୃଦ୍ଧି ଦାବିରେ ଅଲ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବିକ୍ଷୋଭ

ରାଜ୍ୟରେ ପ୍ରାୟ 10 ଲକ୍ଷ କେନ୍ଦୁପତ୍ର କର୍ମଚାରୀ ଅଛନ୍ତି । ସରକାର ସେମାନଙ୍କ ମଜୁରୀ ବୃଦ୍ଧି କରିଥିଲେ ମଧ୍ୟ ଏହି କର୍ମଚାରୀ ମାନଙ୍କୁ ବର୍ଦ୍ଧିତ ହାରରେ ମଜୁରୀ ଦିଆଯାଉନାହିଁ । କେନ୍ଦୁପତ୍ରରୁ ସରକାର କୋଟି କୋଟି ଟଙ୍କା ଲାଭ ପାଉଛନ୍ତି । କିନ୍ତୁ କର୍ମଚାରୀ ମାନଙ୍କ କଥା ଉଠିଲା ବେଳକୁ କର୍ଣ୍ଣପାତ କରୁନାହାନ୍ତି । ତେଣୁ ଆସନ୍ତା 10 ତାରିଖ ସୁଦ୍ଧା ସରକାର ଦାବି ପୂରଣ ନକଲେ 11ରେ ରାଜ୍ୟରେ ଚକ ଅଖ ବନ୍ଦ କରିବାକୁ ସଂଘର ନେତାମାନେ ଚେତାବନୀ ଦେଇଛନ୍ତି ।

ଏହି ଆନ୍ଦୋଳନରେ ରାଜ୍ୟର ବିଭିନ୍ନ ଜିଲ୍ଲାର କେନ୍ଦୁପତ୍ର ଶ୍ରମିକ, ନେତା, ବିଜେପିର ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 2, 2020, 9:12 PM IST

ABOUT THE AUTHOR

...view details