ଅନୁଗୋଳ: ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗୁଛି । ଗତକାଲି ଶାସକ ବିଜେଡି ପ୍ଲାଣ୍ଟ ପୁନଃକାର୍ଯ୍ୟକ୍ଷମ ପାଇଁ ଦାବି କରି 12 ଘଣ୍ଟିଆ ଅନୁଗୋଳ ବନ୍ଦ ଡାକରା ଦେଇଥିବାବେଳେ ଆଜି SUCI କମ୍ୟୁନିଷ୍ଟ ମଧ୍ୟ ଅନୁଗୋଳ ଜିଲ୍ଲା ବନ୍ଦ ପାଇଁ ଡାକରା ଦେଇଛି ।
ବନ୍ଦ ପ୍ରତିବାଦରେ ବନ୍ଦ, ଟିଟିପିଏସ ଚାଲୁ କରିବା ପାଇଁ ବଢୁଛି ପ୍ରତିବାଦ - ଟିଟିପିଏସ ଚାଲୁ କରିବା ପ୍ରସଙ୍ଗ
ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ଓ ବିଦ୍ରୋହ ଦିନକୁ ଦିନ ତେଜିବାକୁ ଲାଗିଛି । ତେବେ ବିଜେଡି ପରେ ବନ୍ଦ ଡାକରା ଦେଇଛି କମ୍ୟୁନିଷ୍ଟ ଦଳ । ଅଧିକ ପଢନ୍ତୁ...
କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବନ୍ଦ ପାଳନ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ 68 ମସିହାର ପ୍ଲାଣ୍ଟ ବନ୍ଦ ହେଲା ବୋଲି ଅଭିଯୋଗ କରିଛି । ଅନ୍ୟପଟେ SCUI କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଏଭଳି ସ୍ଥିତି ଉପୁଜିଛି ବୋଲ ଅଭିଯୋଗ କରିଛି । ସରକାର ଚାହିଁ ଥିଲେ ପ୍ଲାଣ୍ଟ ଚାଲି ପାରିଥାନ୍ତା, କିନ୍ତୁ ତାହା ନ କରି ପ୍ଲାଣ୍ଟ ବନ୍ଦ କରି ଏବେ ଲକ୍ଷାଧିକ ଲୋକଙ୍କୁ ରୋଜଗାର ହରାଇବାକୁ ସରକାର ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ କରିଛି କମ୍ୟୁନିଷ୍ଟ ପାର୍ଟି । ତେଣୁ ତା ବିରୁଦ୍ଧରେ କାଲିର ଅନୁଗୋଳ ବନ୍ଦ ବୋଲି ଦଳ ସ୍ପଷ୍ଟ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ