ଓଡିଶା

odisha

ETV Bharat / state

ଟିଟିପିଏସ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ତେଜୁଛି ଆନ୍ଦୋଳନ - ଟିଟିପିଏସ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ତେଜୁଛି ଆନ୍ଦୋଳନ

ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ ଜଣାଇ ଗଣଧାରଣା ଦେଇ ଶକ୍ତି ପ୍ରଦର୍ଶନ କରିଛି ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି l ନୂତନ ପ୍ଲାଣ୍ଟ ଶୀଘ୍ର ପ୍ରତିଷ୍ଠା ନକରି ପୁରୁଣା ପ୍ଲାଣ୍ଟକୁ ବନ୍ଦ କଲେ, ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଅଧିକ ପଢନ୍ତୁ...

protests against the decision to shut down the TTPS plant
ଟିଟିପିଏସ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ତେଜୁଛି ଆନ୍ଦୋଳନ

By

Published : Mar 2, 2021, 9:08 PM IST

ଅନୁଗୋଳ:ଜିଲ୍ଲାର ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତିର ଦୃଢ଼ ପ୍ରତିବାଦ ଜଣାଇ ଗଣଧାରଣା ଦେଇ ଶକ୍ତି ପ୍ରଦର୍ଶନ କରିଛି ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି l ନୂତନ ପ୍ଲାଣ୍ଟ ଶୀଘ୍ର ପ୍ରତିଷ୍ଠା ନକରି ପୁରୁଣା ପ୍ଲାଣ୍ଟକୁ ବନ୍ଦ କଲେ, ସରକାରଙ୍କୁ ବହୁମୂଲ୍ୟ ଦେବାକୁ ପଡିବ । ଏ ନେଇ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି ତାଳଚେର ଉପଜିଲ୍ଲାପାଳଙ୍କ ପରିସରରେ ଅନୁଷ୍ଠିତ ଗଣଧାରଣା ଦେଇଛନ୍ତି ।

ଟିଟିପିଏସ ପ୍ଲାଣ୍ଟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ତେଜୁଛି ଆନ୍ଦୋଳନ

କ୍ରମାଗତଭାବେ ଲାଭରେ ଚାଲୁଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଏନଟିପିସି ପରିଚାଳିତ ତାଳଚେର ଥର୍ମାଲ ପ୍ଲାଣ୍ଟକୁ ଚକ୍ରାନ୍ତ କରି ବନ୍ଦ କରିଦେବା ନିଷ୍ପତ୍ତିକୁ ସହଜରେ ହଜମ କରି ପାରୁନାହାଁନ୍ତି ତାଳଚେରବାସୀ l ପୂର୍ବ ପ୍ରସ୍ତାବିତ ୧୩୨୦ ମେଗାୱାଟ ବିଶିଷ୍ଟ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ନ ହେଉଣୁ ପୁରୁଣା ପ୍ଲାଣ୍ଟକୁ ବନ୍ଦ ପାଇଁ ନିର୍ଦ୍ଦେଶ ଆସିଛି l ତେବେ ଏହି ସମୟରେ ସରକାର ଚୁପ ହୋଇ ବସିବାକୁ ନାପସନ୍ଦ କରାଯାଇଛି l ଅପରପକ୍ଷେ ଏଠାରେ କାର୍ଯ୍ୟରତ ହଜାର ହଜାର ଶ୍ରମିକ ଓ ସାଧାରଣ ଲୋକମାନେ ଜୀବନ ଜୀବିକା ପ୍ରତି ବିପଦ ଦେଖାଦେଇ ଥିବାବେଳେ ବିଭିନ୍ନ ରାଜନୈତିକ ନେତୃବୃନ୍ଦ ମୁହଁ ନଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଗଣଧାରଣାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଥର୍ମାଲ ବନ୍ଦ ହେଉଥିବା ନିଷ୍ପତ୍ତିର ଦୃଢ଼ ବିରୋଧ କରି ଏହି ପ୍ଲାଣ୍ଟ ପ୍ରତି ହେଉଥିବା ଅବିଚାରକୁ ଆଉ ବରଦାସ୍ତ କରାଯିବ ନାହିଁ ଓ ଆବଶ୍ୟକସ୍ଥଳେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ l

ଆଜିର ଏହି ଗଣଧାରଣାରେ ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟିର ସଭାପତି ଛବି କୁମାର ସାହୁ,ପୂର୍ବତନ ନଗରପାଳ କେଶବ ଭୁତିଆ,ପବିତ୍ର ଭୁତିଆ,ଯୁବ ନେତା ଗଦାଧର ସାହୁଙ୍କ ସମେତ ଶତାଧିକ ଜନତା ସାମିଲ ହୋଇଥିଲେ l ଶେଷରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା l

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details