ଓଡିଶା

odisha

ETV Bharat / state

ଶିକ୍ଷକ ନାହାନ୍ତି, ସ୍କୁଲରେ ତାଲା ପକାଇଲେ ଅଭିଭାବକ - ଶିକ୍ଷକ ଅଭାବ ହେତୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ହେତୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଅଧିକ ପଢନ୍ତୁ

ଶିକ୍ଷକ ନାହାନ୍ତି, ସ୍କୁଲରେ ତାଲା ପକାଇଲେ ଅଭିଭାବକ
ଶିକ୍ଷକ ନାହାନ୍ତି, ସ୍କୁଲରେ ତାଲା ପକାଇଲେ ଅଭିଭାବକ

By

Published : Nov 25, 2022, 5:11 PM IST

ଅନୁଗୋଳ:ଶିକ୍ଷକ ଅଭାବ ହେତୁ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଏକ ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଟାଙ୍ଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ସ୍କୁଲରେ ତାଲା ପକାଇ ରଖିଥିବାରୁ ଶିକ୍ଷକ ଓ ଅନ୍ୟ କର୍ମଚାରୀ ବାହାରେ ଠିଆ ହୋଇ ରହିଥିଲେ । ଅନ୍ୟପଟେ ଶିକ୍ଷକ ନିଯୁକ୍ତି ଦାବୀରେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏଭଳି ତାଲା ପକାଇ ରଖିବାକୁ ନିଷ୍ପତି ନେଇଛନ୍ତି ଅଭିଭାବକ ।

ଶିକ୍ଷକ ନାହାନ୍ତି, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ବିଦ୍ୟାଳୟରେ ୮ଟି ଶ୍ରେଣୀରେ ପାଠ ପଢାଉଛନ୍ତି ୪ ଜଣ ଶିକ୍ଷକ । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୬୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଆଖପାଖରେ ସ୍କୁଲନ ଥିବାରୁ ଗାଁର ଛାତ୍ରଛାତ୍ରୀ କେବଳ ଏହି ସ୍କୁଲ ଉପରେ ନିର୍ଭରଶୀଳ । କିନ୍ତୁ ପ୍ରାୟ ୪ରୁ ୫ ମାସ ହେଲା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ପୂର୍ବରୁ ୭ଜଣ ଶିକ୍ଷକ ଥିଲେ । କିନ୍ତୁ ଶିକ୍ଷା ବିଭାଗ ପକ୍ଷରୁ ୩ ଜଣଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରା ଯାଇଛି । ଫଳରେ ଏବେ ମାତ୍ର ୪ ଜଣ ଶିକ୍ଷକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପ୍ରଧାନ ଶିକ୍ଷକ । ତେଣୁ ୧୬୨ପିଲାଙ୍କୁ ମାତ୍ର ୩ ଜଣ ଶିକ୍ଷକ ପାଠ ପଢ଼ାଇବା ଆଦୌ ସମ୍ଭବ ହେଉ ନାହିଁ । ଅନେକ ସମୟରେ ପିଲାମାନେ ସ୍କୁଲରେ ବସି ରହୁଛନ୍ତି ।

ଏହାଛଡା ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଶିକ୍ଷକ ନ ଥିବାରୁ ସେମାନେ ବସି ବସି ଘରକୁ ଯାଉଛନ୍ତି । ତୁରନ୍ତ ଶିକ୍ଷକ ନିଯୁକ୍ତି ପାଇଁ ଅଭିଭାବକମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କଠାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । କିନ୍ତୁ ସେମାନଙ୍କ ଅଭିଯୋଗ କେହି ଶୁଣୁ ନାହାନ୍ତି । ଫଳରେ ବାଧ୍ୟ ହୋଇ ଆଜିଠାରୁ ସ୍କୁଲ୍‌ରେ ତାଲା ପକାଇ ଆନ୍ଦୋଳନ ଆରମ୍ଭ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details