ଓଡିଶା

odisha

ETV Bharat / state

ନିଯୁକ୍ତି ଦାବିରେ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ - ନିଯୁକ୍ତି ଦାବିରେ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟରେ ପ୍ରତିବାଦ

ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନାଲକୋ ଦ୍ବାରା ତାଲିମ ପାଇଥିବା ଆଇଟିଆଇ ତାଲିମ ପ୍ରାପ୍ତ ଯୁବକ ଯୁବତୀ। ଅଧିକ ପଢନ୍ତୁ...

protest infront of Nalco administration office for  demanding employment
ନିଯୁକ୍ତି ଦାବିରେ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କଲେ ଯୁବକ ଯୁବତୀ

By

Published : Oct 13, 2021, 7:14 PM IST

ଅନୁଗୋଳ : ନାଲକୋ ନିଯୁକ୍ତି ଦାବିରେ ତାଲିମପ୍ରାପ୍ତ ଆଇଟିଆଇ ଯୁବକ ଯୁବତୀଙ୍କ ପ୍ରତିବାଦ । ଅନୁଗୋଳ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କରିଛନ୍ତି ତାଲିମ ପ୍ରାପ୍ତ ଯୁବକ ଯୁବତୀ ।

ନିଯୁକ୍ତି ଦାବିରେ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଘେରାଉ କଲେ ଯୁବକ ଯୁବତୀ

ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ନାଲକୋ ଦ୍ବାରା ତାଲିମ ପାଇଥିବା ଆଇଟିଆଇ ତାଲିମ ପ୍ରାପ୍ତ ଯୁବକ ଯୁବତୀ । ସେମାନେ ଅଭିଯୋଗ କରିଛନ୍ତି ଯେ କାରଖାନା ଯୋଗୁଁ ଜମି ହରାଇଥିବା ଶତାଧିକ ଯୁବକ ଯୁବତୀ ଦୀର୍ଘ ୧୪ ବର୍ଷ ହେଲା ସ୍ଥାୟୀ ନିଯୁକ୍ତି ଦାବି କରି ଆସୁଛନ୍ତି। ଜମି ଅଧିଗ୍ରହଣ ପରେ ନାଲକୋ ତରଫରୁ ଶତାଧିକ ଯୁବକ ଯୁବତୀଙ୍କୁ ଆଇଟିଆଇ ତାଲିମ ଦିଆଯାଇଥିଲା। ତାଲିମ ପରେ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଇତି ମଧ୍ୟରେ ୧୪ ବର୍ଷ ବିତି ଯାଇଥିଲେ ମଧ୍ୟ ନାଲକୋ ନିଯୁକ୍ତି ଦେବାର ନାଁ ଧରୁନି। ବାରମ୍ବାର ଆନ୍ଦୋଳନ କଲେ ମଧ୍ୟ କୌଣସି ପ୍ରଭାବ ପଡୁନି।

ତେଣୁ ସେମାନଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି ଦେବାକୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାଲକୋ ମହାପ୍ରବନ୍ଧକଙ୍କ ଜରିଆରେ ସିଏମଡିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଯାହାକୁ ନେଇ ଆସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details