ଓଡିଶା

odisha

ETV Bharat / state

ନାଲକୋରେ ନିଯୁକ୍ତିକୁ ନେଇ ରେଳଧାରଣାରେ ଧାରଣା - ରେଳ ରାସ୍ତା ଉପରେ ଧାରଣା

ଅନୁଗୋଳ ନାଲକୋରେ ନିଯୁକ୍ତି ଦାବିରେ ପରିବାରର ସମସ୍ତେ ରେଳଧାରଣାରେ ବସିଛନ୍ତି । ଧାରଣା ଯୋଗୁଁ କିଛି ସମୟ ପାଇଁ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୁଳ

By

Published : Sep 27, 2019, 9:16 PM IST

ଅନୁଗୋଳ: ବଅଁରପାଳ ଥାନା ବୁଢ଼ାପଙ୍କ ଗାଁର ବୀରବର ସାମଲ ଓ ତାଙ୍କ ପରିବାର ରେଳଧାରଣାରେ ଧାରଣା ଦେଇଛନ୍ତି । ଏଥିଯୋଗୁଁ ନାଲକୋକୁ କିଛି ସମୟ ପାଇଁ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି । ନାଲକୋ କାରଖାନା ଯୋଗୁଁ ଜମି ହରାଇ ଥିବାରୁ ବୀରବରଙ୍କ ବାପାଙ୍କୁ ନାଲକୋରେ ଠିକା ଚାକିରୀ ଦିଆଯାଇଥିଲା । କିନ୍ତୁ କାମ କରୁଥିବା ବେଳେ ତାଙ୍କ ହାତ କାଟି ଯାଇଥିବାରୁ ତାଙ୍କ ବଦଳରେ ପୁଅ ବୀରବରଙ୍କ ଗତ 2003ରେ ଠିକା ଚାକିରୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଅନୁଗୁଳ

କିନ୍ତୁ ଗତ କିଛି ଦିନ ହେଲା ବୀରବରଙ୍କୁ ମାସକୁ ମାତ୍ର 10 ଦିନ ଡ୍ୟୁଟି ଦିଆଯାଉଛି । ଏହାକୁ ବିରୋଧ କରି ବୀରବର 30 ଦିନ କାର୍ଯ୍ୟ ଦେବାକୁ ଦାବି କରିଥିଲେ । ମାତ୍ର ତାଙ୍କ କଥା କେହି ଶୁଣିଲେ ନାହିଁ । ଏଥିରେ ନିରାଶ ହୋଇ ବୀରବର ନିଜ ପରିବାର ସହ ଆଜି ସକାଳୁ ରେଳଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି ।

ଦୀର୍ଘ ସମୟ ପରେ ପୋଲିସ, ନାଲକୋ ଅଧିକାରୀ ଓ ସ୍ଥାନୀୟ ସରପଞ୍ଚ ସେଠାରେ ପହଞ୍ଚି ବୁଝାସୁଝା କରିଛନ୍ତି । ଏହା ସହ ଆସନ୍ତା 2 ମାସ ମଧ୍ୟରେ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ରେଳ ଧାରଣାରୁ ଉଠିଛନ୍ତି ବୀରବର ଓ ତାଙ୍କ ପରିବାର ।

ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details