ଓଡିଶା

odisha

ETV Bharat / state

ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି, ପ୍ରତିବାଦରେ ବିକ୍ଷୋଭ

ତିନିଦଫା ଦାବି ନେଇ ଅଲ୍ ଇଣ୍ଡିଆ ଅଫ୍ଲୋଏଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ପକ୍ଷରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି, ପ୍ରତିବାଦରେ ବିକ୍ଷୋଭ
ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି, ପ୍ରତିବାଦରେ ବିକ୍ଷୋଭ

By

Published : Apr 5, 2022, 3:51 PM IST

ଅନୁଗୋଳ: ତିନିଦଫା ଦାବି ନେଇ ଅଲ୍ ଇଣ୍ଡିଆ ଅଫ୍ଲୋଏଡ୍ ୟୁଥ୍ ଷ୍ଟ୍ରଗଲ୍ କମିଟି ପକ୍ଷରୁ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ବିଦ୍ୟାଳୟଗୁଡିକରେ ଖାଲି ପଡିଥିବା ଶିକ୍ଷକ ପଦବୀରେ D.El.Ed(C.T) ଓ B.Ed. ତାଲିମ୍ ପ୍ରାପ୍ତ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ, ଛାତ୍ର ସଂଖ୍ୟା କମ୍ ଦର୍ଶାଇ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତିକୁ ବାତିଲ କରିବା ବିରୁଦ୍ଧରେ ଏହି ବିକ୍ଷୋଭ କରିଛନ୍ତି ସଂଗଠନର କର୍ମକର୍ତ୍ତା ।

ତାଲିମ ପ୍ରାପ୍ତ ଶିକ୍ଷକଙ୍କୁ ମିଳୁନି ନିଯୁକ୍ତି, ପ୍ରତିବାଦରେ ବିକ୍ଷୋଭ

ସମସ୍ତ D.El.Ed(C.T) ଓ B.Ed କଲେଜରେ ନାମଲେଖା ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ସହ ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ଏବଂ ସାମ୍ପ୍ରଦାୟୀକରଣ ବନ୍ଦ କରିବା ଦାବିରେ ଅଲ୍ ଇଣ୍ଡିଆ ଅଫ୍ଲୋଏଡ ୟୁଥ୍ ଷ୍ଟ୍ରଗଲ୍ କମିଟି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି । ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତା କୈଳାସ ସାହୁଙ୍କ ପରିସ୍ଖଳନାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ରାଜ୍ୟ କାର୍ଯ୍ୟକର୍ତ୍ତା ମାନସ ପାଲଙ୍କ ସମେତ ନିରଞ୍ଜନ ନାୟକ, ଜ୍ୟୋତ୍ସ୍ନା ସାମଲ ପ୍ରମୁଖ ବକ୍ତବ୍ୟ ରଖି ସି.ଟି.ବି.ଏଡ୍ ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ରାଜ୍ୟରେ ଖାଲି ପଡିଥିବା ପ୍ରାୟ ୭୦ ହଜାର ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଦାବି କରିଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details