ଓଡିଶା

odisha

ETV Bharat / state

ଅନ୍ଧାରରେ ଦେଶର ପ୍ରଥମ ନନ ଗ୍ରୀଡ଼ ସ୍ମାର୍ଟ ଭିଲେଜ, ପ୍ରତିଶୃତି ପରେ ହଟିଲା ଧାରଣା - ଅନୁଗୋଳରେ ରାସ୍ତାରୋକ

ବିଦ୍ୟୁତ ସଂଯୋଗ ଦାବିରେ ଅନୁଗୋଳ ଜିଲ୍ଲା ଛୋଟକେଇ ଗ୍ରାମବାସୀଙ୍କ ଆନ୍ଦୋଳନ ହଟିଛି । ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ହଟିଛି ଆନ୍ଦୋଳନ । ଅଧିକ ପଢନ୍ତୁ...

ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଦାବି: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ
ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀଙ୍କ ଦାବି: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

By

Published : Jan 21, 2021, 9:04 PM IST

Updated : Jan 21, 2021, 10:42 PM IST

ଅନୁଗୋଳ: ପ୍ରତିଶ୍ରୁତି ପରେ ହଟିଛି ଅନୁଗୋଳ ଛୋଟକେଇ ଗ୍ରାମବାସୀଙ୍କ ଆନ୍ଦୋଳନ । ଗାଁରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନଥିଲେ । ଫଳରେ ଆଜି(ଗୁରୁବାର) ବାଧ୍ୟହୋଇ ଗ୍ରାମବାସୀ ରାସ୍ତା ଅବରୋଧ କରିବା ସହ ବନ ବିଭାଗକୁ ସମ୍ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ଆନ୍ଦୋଳନସ୍ଥଳକୁ ଅନୁଗୋଳ ଉପଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ପହଞ୍ଚି ଆସନ୍ତା ୨/୩ ମାସ ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଛି

ଅନ୍ଧାରରେ ଦେଶର ପ୍ରଥମ ନନ ଗ୍ରୀଡ଼ ସ୍ମାର୍ଟ ଭିଲେଜ, ପ୍ରତିଶୃତି ପରେ ହଟିଲା ଧାରଣା
ଦେଶର ପ୍ରଥମ ନନ ଗ୍ରୀଡ଼ ସ୍ମାର୍ଟ ଭିଲେଜ ବର୍ଷ ବର୍ଷ ଧରି ଅନ୍ଧାରରେ ରହିଛି । ବିଦ୍ୟୁତ ସଂଯୋଗ ପାଇଁ ଗ୍ରାମବାସୀ ବର୍ଷ ବର୍ଷ ଧରି ପ୍ରଶାସନ ଠାରୁ ଆରମ୍ଭ କରି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଛନ୍ତି । ମାତ୍ର କେହି ସେମାନଙ୍କ ଗୁହାରି ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟହୋଇ ଗ୍ରାମବାସୀ ୨୧ ତାରିଖ ଠାରୁ ରାସ୍ତା ଅବରୋଧ କରିବା ସହ ବନ ବିଭାଗକୁ ସମ୍ପୂର୍ଣ୍ଣ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ସକାଳୁ ରାସ୍ତାରେ ଖୁଣ୍ଟ ପୋତି ଗ୍ରାମବାସୀ ବସି ରହିଥିଲେ ।

ଫଳରେ ବନ ବିଭାଗର କୌଣସି ଗାଡି ଓ କର୍ମଚାରୀ ଯାତାୟତ କରି ପାରିନଥିଲେ । ଛୋଟକେଇ ଠାରେ ଥିବା ନେଚର କ୍ୟାମ୍ପରେ ପର୍ଯ୍ୟଟକମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ କରିଥିଲେ । ଅପରାହ୍ନରେ ଅନୁଗୋଳ ଉପଜିଲ୍ଲାପାଳ ଓ ବିଦ୍ୟୁତ ବିଭାଗ ନିର୍ବାହୀଯନ୍ତ୍ରୀ ଆନ୍ଦୋଳନସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଆସନ୍ତା ୨/୩ ମାସ ମଧ୍ୟରେ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ପ୍ରାୟ ୧କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ମଞ୍ଜୁରୀ କରାଯିବ ବୋଲି ପ୍ରଶାସନ ନିଷ୍ପତି ନେଇଛି।




ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 21, 2021, 10:42 PM IST

ABOUT THE AUTHOR

...view details