ଓଡିଶା

odisha

ETV Bharat / state

ବିଇଡି କଲେଜ ବନ୍ଦକୁ ନେଇ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ - ବିଇଡି କଲେଜ ବନ୍ଦକୁ ନେଇ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ

ଅନୁଗୋଳର ଏକ ମାତ୍ର ବିଇଡି କଲେଜ ବନ୍ଦ ସହ ୧୭୦ ଟି ସ୍କୁଲ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ। ଏନେଇ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବିଇଡି କଲେଜ ବନ୍ଦକୁ ନେଇ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ
ବିଇଡି କଲେଜ ବନ୍ଦକୁ ନେଇ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ

By

Published : Jan 21, 2021, 2:12 PM IST

ଅନୁଗୋଳ: ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ। ଜିଲ୍ଲାର ଏକ ମାତ୍ର ବିଇଡି କଲେଜ ବନ୍ଦ ସହ ୧୭୦ ଟି ସ୍କୁଲ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଛି ଏହି ସଂଗଠନ । ସଂଗଠନର ବହୁ କର୍ମକର୍ତ୍ତା ଅନୁଗୋଳ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ସହ ସରକାର ଶିକ୍ଷାକୁ ନେଇ ଯେଉଁଭଳି ନିଷ୍ପତ୍ତି ନେଇଛନ୍ତି ତାର ବିରୋଧ କରିଛନ୍ତି। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କ ନାମରେ ନାମିତ ବହୁ ପୁରାତନ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟକୁ ବନ୍ଦ କରିବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାର ପୁନଃ ବିଚାର କରିବାକୁ ସଂଗଠନ ଦାବି କରିଛି ।

ବିଇଡି କଲେଜ ବନ୍ଦକୁ ନେଇ ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ପ୍ରତିବାଦ

ଯଦି ବିଇଡ଼ି କଲେଜ ବନ୍ଦ ହୁଏ ତେବେ ଏହା ବିରୁଦ୍ଧରେ ପ୍ରତିବାଦ ଆହୁରି ତୀବ୍ରତର ହେବେ ବୋଲି କୁହାଯାଇଛି। ଏନେଇ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହ ଚଳିତ ବର୍ଷଠାରୁ ପୂର୍ବଭଳି କଲେଜରେ ନାମ ଲେଖା ଆରମ୍ଭ କରାଯାଉ ବୋଲି ଦାବି କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details