ଓଡିଶା

odisha

ETV Bharat / state

ଜମିହରାଙ୍କ ଉପରେ ପୋଲିସର ଜୁଲମ, ୧୦ ଦିନ ପରେ ଜେଲରୁ ମୁକୁଳିଲେ ଗ୍ରାମବାସୀ - ମୈତ୍ରୀ କମ୍ପାନୀ ବିରୁଦ୍ଧରେ ଲୋକଙ୍କ ଆନ୍ଦୋଳନ

ମୈତ୍ରୀ କମ୍ପାନୀ ବିରୁଦ୍ଧରେ ଲୋକଙ୍କ ଆନ୍ଦୋଳନ । ୧୦ଦିନ ପରେ ଜେଲରୁ ମୁକୁଳିଲେ ୪୧ ଜଣ ଗ୍ରାମବାସୀ । ଅଧିକ ପଢନ୍ତୁ

protest against nalco coal mine
protest against nalco coal mine

By

Published : May 3, 2023, 3:21 PM IST

୧୦ ଦିନ ପରେ ଜେଲରୁ ମୁକୁଳିଲେ ଗ୍ରାମବାସୀ

ଅନୁଗୋଳ:ନାଲକୋ କୋଇଲା ଖଣିକୁ ନେଇ ଥମୁନି ବିବାଦ । ଜମି ହରାଇଥିବା ଲୋକଙ୍କ ଉପରେ ପୋଲିସର ଜୁଲମ ଦେଖାଇ ୪୧ଜଣଙ୍କୁ ଗିରଫ କରିଥିବା ବେଳେ ୧୦ ଦିନ ପରେ ଜେଲରୁ ମୁକୁଳିଛନ୍ତି । ଅନୁଗୋଳ ଜିଲ୍ଲାର ନିଶା ଥାନା ଗୋପୀ ବହ୍ଲବପୁର ଗାଁର 41 ଗ୍ରାମବାସୀ ଜେଲ୍‌ରୁ ମୁକୁଳି ଘରକୁ ଫେରିଛନ୍ତି ।

10 ଦିନପରେ ଜେଲ୍‌ରୁ ମୁକୁଳିଛନ୍ତି ଜମିହରା । ନିଜର ହକ୍ ପାଇଁ ଆନ୍ଦୋଳନ କରି ପୋଲିସ ଦ୍ୱାରା ଗିରଫ ହୋଇ ଜେଲ୍‌ ଯାଇଥିଲେ ଅନୁଗୋଳ ଜିଲ୍ଲା ନିଶା ଥାନା ଗୋପୀ ବହ୍ଲବପୁର ଗାଁ ଲୋକେ । ଗତ ମାସ 21 ତାରିଖ ଦିନ ମୈତ୍ରୀ କମ୍ପାନୀର କୋଇଲା ଖଣି କାର୍ଯ୍ୟକୁ ବିରୋଧ କରି ଏମାନେ ଆନ୍ଦୋଳନରେ ବସିଥିଲେ । କ୍ଷତିପୂରଣ ନିଯୁକ୍ତି ଓ ଥଇଥାନ ଦାବି କରି ଆନ୍ଦୋଳନ କରୁଥିବା ବେଳେ ପୋଲିସ ବଳ ପୂର୍ବକ ଏମାନଙ୍କୁ ଗିରଫ କରିଥିଲା । କେଉଁଠି ମାଆ କୋଳରୁ ଛୁଆକୁ ଛଡାଇ ନେଇ ଜେଲ୍‌ ପଠାଇ ଥିଲା ତ କେଉଁଠି ରୋଗୀଣା ବୁଢାକୁ ନଛାଡି ପୋଲିସ ଜୁଲୁମ୍‌ ଦେଖାଇଥିଲା । ସେହି ସମୟରେ ଇଟିଭି ଭାରତ ଖବର ପ୍ରସାରଣ କରିଥିଲା । ତେବେ ଗତକାଲି(ମଙ୍ଗଳବାର) ରାତିରେ ୪୧ଜଣ ଗ୍ରାମବାସୀ ଜେଲ୍‌ରୁ ମୁକୁଳିଛନ୍ତି । ଏମାନଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ପୋଲିସର ଅମାନବିକତାକୁ ନିନ୍ଦା କରାଯାଇଛି । ଉଚିତ କ୍ଷତିପୂରଣ ଦେଇ ଲୋକଙ୍କ ସହ ଆଲୋଚନା କରି ଖଣି କାର୍ଯ୍ୟ କରାଯାଉ ବୋଲି ଦାବି ମଧ୍ୟ କରାଯାଇଛି।

ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଏବେ ଉତ୍କଳ ଡି ଏବଂ ସି କୋଇଲା ଖଣି ଖନନ କରାଯାଇଛି। ଏଥିପାଇଁ ଗୋପିବଲହବପୁର ଗାଁର ପ୍ରାୟ ହଜାରେ ଏକର ଜମି ଅଧିଗ୍ରହଣ କରାଯାଇଛି। ଅଧିକାଂଶ ଗ୍ରାମବାସୀ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ଅର୍ଥ ପାଇ ନାହାନ୍ତି। ପୂର୍ବରୁ କମ୍ପାନୀ ସହିତ ପ୍ରଶାସନର ମଧ୍ୟସ୍ଥତାରେ ଯେଉଁ ଚୁକ୍ତିନାମା ହୋଇଥିଲା ସେଥିରେ ମଧ୍ୟ ନିଯୁକ୍ତି, ଆବଶ୍ୟକ କ୍ଷତିପୂରଣ ପ୍ରଦାନ ଏବଂ ବିସ୍ଥାପିତ କଲୋନୀ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଚୁକ୍ତି ଅନୁସାରେ କମ୍ପାନୀ କୌଣସି ପ୍ରତିଶୃତି ପୂରଣ ନକରିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଗତ ୨୧ ତାରିଖରୁ ଖଣି ପରିସରରେ ଧାରଣାରେ ବସିଥିଲେ । ୨୨ ତାରିଖରେ ପୋଲିସ ଓ ପ୍ରଶାସନ ପହଞ୍ଚି ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ଜୋର୍‌ ଜବରଦସ୍ତ ଉଠାଇ ଗାଡ଼ିରେ ଅନୁଗୋଳ ଥାନାକୁ ଆଣି ରଖିଥିଲା । ପ୍ରାୟ ୨୦୦ରୁ ଅଧିକ ଗ୍ରାମବାସୀଙ୍କୁ ଆଣି ରାତିସାରା ରଖିବା ପରେ 41 ଜଣ ମହିଳା ଓ ପୁରୁଷଙ୍କୁ ଜେଲ୍‌ ପଠାଇଦେଇ ଥିଲା । ୧୦ ଦିନ ଜେଲ୍‌ରେ ରହିବା ପରେ ମୁକୁଳିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details