ଅନୁଗୋଳ: ଜିଲ୍ଲାର ସାନ କଞ୍ଜନି ଗାଁରେ ଶିକ୍ଷା ବିଭାଗର ବିକଳ ଚିତ୍ର । ବିଦ୍ୟାଳୟରେ ନିଯୁକ୍ତ ଥିବା ଶିକ୍ଷକଙ୍କ ଅବସର ପରେ ଏବେ ସ୍କୁଲ ପଡିଛି ତାଲା (School closed after retirement of Teacher) । ବିଭାଗର ଅଜବ ନୀତି ଯୋଗୁଁ ୬୧ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ସେମାନଙ୍କୁ ଅନ୍ୟ କୌଣସି ସ୍କୁଲ ସହ ମିଶ୍ରଣ କରାନଯିବା ପରେ ସେମାନେ ପଢିବେ କେଉଁଠି ଓ ପରୀକ୍ଷା ଦେବେ କେଉଁଠି ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।
ବିଦ୍ୟାଳୟରେ ନିଯୁକ୍ତ ଥିବା ଶିକ୍ଷକଙ୍କ ଅବସର ପରେ ଏବେ ସ୍କୁଲ ପଡିଛି ତାଲା । ସେପଟେ ଶିକ୍ଷକ ନିଯୁକ୍ତି ଦାବି କରି ଅଭିବାବକ ବସିଛନ୍ତି ଧାରଣାରେ । ସେଇ ବିଦ୍ୟାଳୟରେ ଅଧ୍ୟୟନ ରତ ୬୧ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଗତ ପ୍ରାୟ ୪ମାସ ହେବ ତାଙ୍କ ସ୍କୁଲରେ ତାଲା ଝୁଲୁଛି । ଏ ଦୃଶ୍ୟ ହେଉଛି ଜିଲ୍ଲାର ଅନୁଗୋଳ ବ୍ଲକ ଅଧୀନସ୍ଥ ସାନ କଞ୍ଜନି ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଏଠାରେ ନିଯୁକ୍ତ ଶିକ୍ଷକ ୨ଜଣ ଅବସର ନେବା ପରେ ସେଠାରେ ଆଉ ଶିକ୍ଷକ ନିଯୁକ୍ତି କରା ନଯିବାରୁ ସ୍କୁଲରେ ଏବେ ତାଲା ଝୁଲୁଛି । ପିଲାଙ୍କ ସବୁ କାଗଜପତ୍ର ସ୍କୁଲ ଭିତରେ ରହିଯାଇଛି ।
ଏହା ବି ପଢନ୍ତୁ- ଅନୁଗୋଳରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ପ୍ରଶିକ୍ଷଣ ଶିବିର