ଓଡିଶା

odisha

ETV Bharat / state

ମିଛ କାଗଜପତ୍ରରେ ଆଦିବାସୀଙ୍କ ଜମି ହଡପ ! ଅଭିଯୋଗ ଆଣିଲେ ପ୍ରଦୀପ - ଅଭିଯୋଗ ଆଣିଲେ ପ୍ରଦୀପ ମାଝୀ

ଅନୁଗୋଳ ଜିଲ୍ଲାରେ ଆଦିବାସୀ ଓ ହରିଜନ ଲୋକଙ୍କ ଜମିକୁ ହଡପ କରିଛନ୍ତି କିଛି ପୁଞ୍ଜିପତି, ଏପରି ଅଭିଯୋଗ ଆଣିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ । ପଢନ୍ତୁ ଅଧିକ...

ମିଛ କାଗଜପତ୍ରରେ ଆଦିବାସୀଙ୍କ ଜମି ହଡପ ! ଅଭିଯୋଗ ଆଣିଲେ ପ୍ରଦୀପ
ମିଛ କାଗଜପତ୍ରରେ ଆଦିବାସୀଙ୍କ ଜମି ହଡପ ! ଅଭିଯୋଗ ଆଣିଲେ ପ୍ରଦୀପ

By

Published : Nov 2, 2020, 8:57 PM IST

ଅନୁଗୋଳ: ଜିଲ୍ଲାରେ ଆଦିବାସୀ ଓ ହରିଜନ ଲୋକଙ୍କ ଜମିକୁ ହଡପ କରିଛନ୍ତି କିଛି ପୁଞ୍ଜିପତି। ମିଛ କାଗଜପତ୍ରରେ ହଡପ ହୋଇଛି ଆଦିବାସୀଙ୍କ ଜମି । ଜାଲିଆତିରେ 6 ଉପଜିଲ୍ଲାପାଳ ସହ ଜଣେ ଜିଲାପାଳଙ୍କ ହାତ ରହିଥିବା ଅଭିଯୋଗ ଆଣିଲା କଂଗ୍ରେସ ।

ମିଛ କାଗଜପତ୍ରରେ ଆଦିବାସୀଙ୍କ ଜମି ହଡପ ! ଅଭିଯୋଗ ଆଣିଲେ ପ୍ରଦୀପ

ଜିଲାରେ ପ୍ରାୟ 700 ଏକରରୁ ଅଧିକ ଜମିକୁ ସୁଶୀଲ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଜାଲ କାଗଜପତ୍ର କରି ହଡପ କରିନେଇଥିବା ନେଇ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି। ଅନୁଗୋଳ କଂଗ୍ରେସ ଭବନରେ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ଏହି ପ୍ରସଙ୍ଗ ଉଠାଇବା ସହ ଏହି ଗୁରୁତର ଅଭିଯୋଗ ଆଣିଛନ୍ତି ।

ଏନେଇ ସେ ଜିଲାପାଳ ନିକଟରେ ଅଭିଯୋଗ କରିଥିବା ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଦୀପ କରିଥିବା ଅଭିଯୋଗ ମୁତାବକ ଜିଲ୍ଲାର ଛଅ ଜଣ ଉପଜିଲାପାଳ ଓ ଜଣେ ଜିଲାପାଳଙ୍କୁ ହାତ କରି ଏହି ଜମିକୁ ହଡପ କରାଯାଇଛି । ଯାହାର ଉପଯୁକ୍ତ ତଦନ୍ତ କରି ନିରୀହ ଆଦିବାସୀ ମାନକୁ ତାଙ୍କ ଜମି ଫେରାଇ ଦିଆଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି । ଜମି କିଣା ବିକା ପାଇଁ ହୋଇଥିବା ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ପ୍ରଦୀପ ଦର୍ଶାଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଜଟଣୀ ବିଧାୟକ ସୁର ରାଉତ ଓ ଜିଲା କଂଗ୍ରେସର ନେତାମାନେ ସାମିଲ ହୋଇଥିଲେ । 15 ଦିନ ମଧ୍ୟରେ ତଦନ୍ତ ନ ହେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ ଧମକ ଦେଇଛନ୍ତି ପ୍ରଦୀପ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ଦାସ , ଇଟିଭି ଭାରତ

ABOUT THE AUTHOR

...view details