ଅନୁଗୋଳ: ସେମାନେ ମାଟି ସହ ମାଟି ହୁଅନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ମାଟିରେ ପ୍ରସ୍ତୁତ କରନ୍ତି ଅନେକ ଜିନିଷ । ଯାହାକୁ ଲୋକମାନେ ପୂଜା ପାର୍ବଣ ଓ ଧାର୍ମିକ କାର୍ଯ୍ୟରେ ଲାଗେଇଥାନ୍ତି । କିନ୍ତୁ ଏଥର କୋରନା କଟକଣା ପାଇଁ ପ୍ରଭାବିତ ହୋଇଛି ସେମାନଙ୍କ ଜୀବନ ଓ ଜୀବିକା । ଦୀପ ବିକ୍ରି ହେବାରୁ ଚିନ୍ତାରେ ଅନୁଗୋଳର ଶତାଧିକ କୁମ୍ଭାର ।
ଦୀପାବଳିରେ ହେଉନି ଦୀପ ବିକ୍ରି, ଚିନ୍ତାରେ କୁମ୍ଭାର ପରିବାର ଚଳିତ ବର୍ଷ କୋରୋନା ପାଇଁ ଦୀପାବଳୀ ପାଳନ ନକରିବାକୁ ସରକାର ଘୋଷଣା କରିବା ପରେ ଚିନ୍ତାରେ ଅନୁଗୋଳ ସହରକୁ ଲାଗି ଛେଳିଆପଡାରେ ଥିବା କୁମ୍ଭାର ପରିବାର । ଦୀପାବଳି ପାଇଁ ପ୍ରସ୍ତୁତ କରିଥିବା ଅନେକ ଦୀପ ସହ ପୂଜାରେ ବ୍ୟବହାର ହେଉଥିବା ଅନେକ ମାଟିର ସାମଗ୍ରୀ ବିକ୍ରି ନ ହୋଇ ପଡି ରହିଛି । ଯାହା କୁମ୍ଭାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଆଉ କେଇଟା ଦିନ ପରେ ଆସୁଛି ଆଲୋକର ପର୍ବ ଦୀପାବଳୀ । ଏଥିପାଇଁ ସମସ୍ତଙ୍କ ମନରେ ଖୁସି ଭରିଥିବା ବେଳେ ମାଟିରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରି ନିଜର ଜୀବିକା ନିର୍ବାହ କରୁଥିବା କୁମ୍ଭାରମାନେ ଏବେ ଚିନ୍ତାରେ । କୁମ୍ଭାର ଚକିରୁ ପ୍ରସ୍ତୁତ ହୋଇଛି ହଜାର ହଜାର ଦୀପ ହେଲେ ସେ ସବୁ ସେମିତି ହିଁ ପଡିରହିଛି । ପ୍ରତିବର୍ଷ ପରିବାର ପିଛା ସେମାନେ 30 ରୁ 40 ହାଜର ଟଙ୍କାର ବିକ୍ରିବଟା କରି ଥାଆନ୍ତି । ହେଲେ ଏ ବର୍ଷ 30 ହଜାର ତ ଦୂର ସୋମାନଙ୍କ ପକ୍ଷେ 30ଟଙ୍କା ବି ରୋଜଗାର କରିବା ସମ୍ଭବ ହୋଇନି । କେହି ଦୀପ କିଣୁଛି ନା ସେମାନଙ୍କ ଦୁଃଖ ସରୁଛି । କୋରୋନା ତାଙ୍କ ଦୁଃଖ ବଢାଇ ଦେଇଛି । କେରୋନା କଟକଣାର ନିର୍ଦ୍ଦେଶନାମା ଆସିବା ପରେ ସେମାନଙ୍କ ଜିନିଷ ଆଉ ବିକ୍ରି ହୋଇ ପାରିନି । କୋରୋନା ଆରମ୍ଭରୁ ସବୁ ମନ୍ଦିର ବନ୍ଦ ହେବାରୁ ଯାହା ବେପାର ବନ୍ଦ ଥିଲା ଏ ଦୀପାବଳୀରେ ଦୀପ ବିକ୍ରି ନହେବା ତାଙ୍କ ଦୁଃଖକୁ ଆହୁରି ଦ୍ବିଗୁଣ କରିଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ