ଅନୁଗୋଳ: ପିଆଜ ପରେ ଆଳୁ । ଦରରେ ଲାଗୁନି ଲଗାମ । ପିଆଜ କିଣିବା ପୂର୍ବରୁ ଲୋକଙ୍କୁ କନ୍ଦାଉଥିଲା ଏବେ ଆଳୁ କାଟିବା ମହଙ୍ଗା ପଡିଛି । ଆଳୁ ଓ ପିଆଜ ଅତ୍ୟାବଶ୍ୟକ ପନିପରିବା ହୋଇଥିଲେ ହେଁ, ଅନୁଗୋଳରେ ଆଳୁ ଦର 30ରୁ 35 ଟଙ୍କାରେ ବିକ୍ରି ହେଉଛି। ଫଳରେ ନାହିଁ ନଥିବା ସମସ୍ୟାରେ ହନ୍ତସନ୍ତ ହେଉଛନ୍ତି ଖାଉଟି। ସେପଟେ ଯୋଗାଣ ବିଭାଗ ବି ନିରୁପାୟ ।
ପ୍ରାୟ ଦୁଇ ସପ୍ତାହ ହେଲାଣି ଅନୁଗୋଳରେ ଦର ବଢ଼ିବାରେ ଲାଗିଛି। ଏବେ ଆଳୁ କେଜି ପ୍ରତି 30 ରୁ 35 ଟଙ୍କା ଦରରେ ବିକ୍ରି ହେଉଛି । କାରଣ ଏଠାକୁ ବର୍ତ୍ତମାନ ଆଳୁ ଆମଦାନୀ ହେବାରେ କମିଛି । ଆଉ ଦର ବୃଦ୍ଧି ସାଧାରଣ ଖାଉଟି ପକେଟ ଉପରେ ମହଙ୍ଗା ସାବ୍ୟସ୍ତ ହୋଇଛି । ଆଳୁ ଭଳି ଏକ ଅତ୍ୟାବଶ୍ୟକୀୟ ପରିବାର ଦରବୃଦ୍ଧି ଏବେ ସମସ୍ତଙ୍କ ଉପରେ ସାଜୁଛି ଦାଉ । ଦର ବୃଦ୍ଧି ଯୋଗୁଁ କେବଳ ସାଧାରଣ ଖାଉଟି କାହିଁକି ଛୋଟ ବେପାରୀମାନେ ମଧ୍ୟ ଅସୁବିଧା ଭୋଗୁଛନ୍ତି ।