ଓଡିଶା

odisha

ETV Bharat / state

ପୌର ମତଦାନ ପ୍ରସ୍ତୁତି ଶେଷ, ବୁଥ୍‌ ମୁହାଁ ପୁଲିଂ ପାର୍ଟି - ଅନୁଗୋଳରେ ପୌର ନିର୍ବାଚନ ପ୍ରସ୍ତୁତି

ଆସନ୍ତାକାଲି(ଗୁରୁବାର) ଅନୁଗୋଳ ଜିଲ୍ଲାର ତାଳଚେର ଓ ଅନୁଗୋଳ ମ୍ୟୁନିସିପାଲଟି ଏବଂ ଆଠମଲ୍ଲିକ ଏନଏସିରେ ନିର୍ବାଚନ ହେବ । ସେଥିପାଇଁ ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅଧିକ ପଢ଼ନ୍ତୁ

ପୌର ମତଦାନ ପାଇଁ ପ୍ରସ୍ତୁତି ଶେଷ, ବୁଥ୍‌କୁ ଯାଉଛନ୍ତି ପୁଲିଂ ପାର୍ଟି
ପୌର ମତଦାନ ପାଇଁ ପ୍ରସ୍ତୁତି ଶେଷ, ବୁଥ୍‌କୁ ଯାଉଛନ୍ତି ପୁଲିଂ ପାର୍ଟି

By

Published : Mar 23, 2022, 3:42 PM IST

ଅନୁଗୋଳ: ଆସନ୍ତାକାଲି(ଗୁରୁବାର) ଅନୁଗୋଳ ଜିଲ୍ଲାର ତାଳଚେର ଓ ଅନୁଗୋଳ ମୁନସିପାଲଟି ଏବଂ ଆଠମଲ୍ଲିକ ଏନଏସିରେ ନିର୍ବାଚନ ହେବ । ସେଥିପାଇଁ ପ୍ରଶାସନ ଓ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନୁଗୋଳରେ ସରକାରୀ ମହାବିଦ୍ୟାଳୟରେ କର୍ମଚାରୀ ଏବଂ ଗାଡି ଗୁଡିକୁ ପଠାଇବା ବ୍ୟବସ୍ଥା କରାଯିବା ସହ ଭୋଟ ଗଣତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ପୌର ମତଦାନ ପାଇଁ ପ୍ରସ୍ତୁତି ଶେଷ, ବୁଥ୍‌କୁ ଯାଉଛନ୍ତି ପୁଲିଂ ପାର୍ଟି

ଜଣେ ଅତିରିକ୍ତ ଏସପିଙ୍କ ତତ୍ତ୍ବାବଧାନରେ ଜଣେ ଡିଏସପି ଓ ଅନୁଗୁଳ ଥାନା ଅଧିକାରୀଙ୍କ ସମେତ ବହୁ ଅଫିସର, ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅନୁଗୁଳ ମ୍ୟୁନିସିପାଲଟିରେ ଥିବା ୪୦ଟି ବୁଥକୁ କର୍ମଚାରୀଙ୍କୁ ଇଭିଏମ ମେସିନ ଓ ଅନ୍ୟାନ୍ୟ ସରଞ୍ଜାମ ସହ ପଠାଯାଉଛି । ଅନୁଗୁଳ ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ଏହାର ତଦାରଖ କରୁଛନ୍ତି ।

ସେହିପରି ତାଳଚେର ମ୍ୟୁନିସିପାଲଟି ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଘରେ ଭୋଟ ଗଣତି ଏବଂ ସେଠାରୁ କର୍ମଚାରୀ ମାନଙ୍କୁ ୩୨ଟି ବୁଥକୁ ପଠାଇବା ବ୍ୟବସ୍ଥା କରାଯାଇଛି । ସେଠାରେ ମଧ୍ୟ ଜଣେ ଅତିରିକ୍ତ ଏସପିଙ୍କ ତତ୍ତ୍ବାବଧାନରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ଆଠମଲ୍ଲିକ ଏନଏସି ପାଇଁ ଆଠମଲ୍ଲିକ କଲେଜରେ ଭୋଟ ଗଣତି ଏବଂ କର୍ମଚାରୀ ମାନଙ୍କୁ ସେଠାରେ ଥିବା ୧୨ଟି ବୁଥକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ପୌର ମତଦାନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଁଞ୍ଚି ଥିବା ବେଳେ ବୁଥକୁ ଯାଉଛନ୍ତି ପୁଲିଂ ପାର୍ଟି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details