ଓଡିଶା

odisha

ETV Bharat / state

ଥାନା ଘେରାଉ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କଲା ପୋଲିସ - ଅନୁଗୋଳ ଅଭିଯୁକ୍ତ କୋର୍ଟ ଚାଲାଣ

ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କ ଥାନା ଘେରାଉ। ଜଣେ କର୍ମଚାରୀଙ୍କୁ ହୋଇଥିବା ଆକ୍ରମଣରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସର ବିଳମ୍ବିତ ପ୍ରତିବାଦରେ ଥାନା ଘେରାଉ କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ କାର୍ଯ୍ୟରତ ସରକାରୀ କର୍ମଚାରୀ। ଅଧିକ ପଢନ୍ତୁ...

ଆନ୍ଦୋଳନ ପରେ ଅଭିଯୁକ୍ତ କୋର୍ଟ ଚାଲାଣ
ଆନ୍ଦୋଳନ ପରେ ଅଭିଯୁକ୍ତ କୋର୍ଟ ଚାଲାଣ

By

Published : Nov 6, 2021, 7:38 AM IST

ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ବ୍ଲକ ପାଟକମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଓଏଲ୍‌ଏମ୍‌ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକରେ କାର୍ଯ୍ୟରତ ସମସ୍ତ ପଞ୍ଚାୟତ ସିଆରପି, ଏଲ୍‌ପି ଓ ଏମବିକେ ମାନେ ଥାନା ଘେରାଉ କରିଥିଲେ। ନଭେମ୍ବର ମାସରେ 2 ତାରିଖ ଦିନ ଓଡିଶା ଜୀବିକା ମିଶନ ପକ୍ଷରୁ ପଞ୍ଚାୟତ ମହିଳା ମହାସଂଘର ବୈଠକ ଚାଲିଥିବା ବେଳେ କୃଷିମିତ୍ର ଓ ପ୍ରାଣୀମିତ୍ରଙ୍କୁ ଚାକିରିରୁ ବହିଷ୍କାର ଘଟଣାକୁ ନେଇ ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଏନେଇ ନେଇ ଥାନାରେ ଓଏଲ୍ଏମ୍ ଓ ବିପିଏମ୍‌ ପ୍ରମୋଦ କୁମାର ବେହେରା ଓ ପଞ୍ଚାୟତ ଏନବିକେ ତପସ୍ୱିନୀ ଶତପଥୀଙ୍କ ପକ୍ଷରୁ ଥାନାରେ କୃଷିମିତ୍ର ମିନତୀ ପ୍ରଧାନଙ୍କ ସ୍ୱାମୀ ସୋମନାଥ ପ୍ରଧାନଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ଆନ୍ଦୋଳନ ପରେ ଅଭିଯୁକ୍ତ କୋର୍ଟ ଚାଲାଣ

ତାଙ୍କ ନାଁରେ ମାଡପିଟ ଓ ଗାଳିଗୁଲଜ କରିଥିବା ନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ମିନତୀ ପ୍ରଧାନ ମଧ୍ୟ ପ୍ରମୋଦ ବେହେରା ଓ ତପସ୍ୱିନୀ ଶତପଥୀଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ । ପୋଲିସ ଉଭୟ ପକ୍ଷରୁ ମାମଲା ରୁଜୁ କରି ସୋମନାଥଙ୍କୁ ଗିରଫ କରିଥିଲା । ଶୁକ୍ରବାର ଅଭିଯୁକ୍ତକୁ ଗିରଫ ଦାବିରେ ବ୍ଲକର ସମସ୍ତ ଓଡିଶା ଜୀବିକା ମିଶନ ବିଭିନ୍ନ ବିଭାଗ କର୍ମଚାରୀ ଥାନା ଘେରାଉ କରିଥିବା ବେଳେ ଗିରଫଦାରି ପାଇଁ ଅଡି ବସିଥିଲେ । ପୋଲିସ ବାଧ୍ୟ ହୋଇ ପୂର୍ବରୁ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଆନ୍ଦୋଳନକାରୀଙ୍କ ଆଗରେ କୋର୍ଟ ଚାଲାଣ କରିବା ପରେ ଆନ୍ଦୋଳନ ହଟିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details