ଓଡିଶା

odisha

କଲେଜ ହଷ୍ଟେଲରେ ଛାତ୍ରୀଙ୍କ ଗଳା କାଟିଲେ ରୁମ ମେଟ୍ !

By ETV Bharat Odisha Team

Published : Nov 4, 2023, 6:41 PM IST

ହଷ୍ଟେଲ ଛାତ୍ରୀଙ୍କ ରୁମମେଟ୍ ତାଙ୍କ ଗଳା କାଟିଥିବା ନେଇ ଅଭିଯୋଗ ହୋଇଛି । ଗୋଟିଏ ରୁମରେ ୩ ଜଣ ଛାତ୍ରୀ ରହୁଥିବାବେଳେ ଜଣେ ଛାତ୍ରୀଙ୍କର ବେକ କେହି କାଟି ଦେଇଥିବା ଅଭିଯୋଗ ଆସିଛି। ଅଧିକ ପଢନ୍ତୁ

cut off the throat of a minor girl
ଛାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ

ଛାତ୍ରୀଙ୍କ ଗଳା କାଟି ହତ୍ୟା ଉଦ୍ୟମ

ଅନୁଗୋଳ: ଜିଲ୍ଲାରେ ଅସୁରକ୍ଷିତ ବାଳିକା ହଷ୍ଟେଲ। ଘରୋଇ ଛାତ୍ରୀ ଆବାସ ହୋଇପଡ଼ିଛି ଅସୁରକ୍ଷିତ। ହଷ୍ଟେଲ ଛାତ୍ରୀଙ୍କ ରୁମମେଟ୍ ତାଙ୍କ ଗଳା କାଟିଥିବା ନେଇ ଅଭିଯୋଗ ହୋଇଛି । ଗୋଟିଏ ରୁମରେ ୩ ଜଣ ଛାତ୍ରୀ ରହୁଥିବାବେଳେ ଜଣେ ଛାତ୍ରୀଙ୍କର ବେକ କେହି କାଟି ଦେଇଥିବା ଅଭିଯୋଗ ଆସିଛି। ଘଟଣା ପରେ ଚାଲିଛି ପୋଲିସ ଛାନଭିନ ଆରମ୍ଭ କରିଛି । ଅନୁଗୋଳ ଆଦର୍ଶ ଥାନାର ଶିକ୍ଷକ ପଡାଠାରେ ଥିବା ଏକ ହଷ୍ଟେଲ ଭିତରେ ଛାତ୍ରୀଙ୍କ ଗଳା କଟାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଏନେଇ ଛାତ୍ରୀଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଏବଂ କାହିଁକି ଏଭଳି କରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ତେବେ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଛାତ୍ରୀ ଜଣକ ମଧ୍ୟ ଏ ବାବଦରେ କିଛି କହି ପାରୁନାହାନ୍ତି। ଘଟଣାଟି ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, ହଷ୍ଟେଲର ଗୋଟିଏ କୋଠରୀରେ ଛାତ୍ରୀଙ୍କ ସମେତ ମୋଟ୍ ୩ ଜଣ ଛାତ୍ରୀ ରହୁଥିଲେ। ରାତି ପ୍ରାୟ ୧୨ଟା ବେଳେ ହଠାତ୍ ଛାତ୍ରୀ ଚିତ୍କାର କରୁଥିବାର ଶୁଣି ଅନ୍ୟମାନେ ଉଠି ପଡି ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ।

ଏହା ବି ପଢନ୍ତୁ...ଫ୍ରେସର ପାର୍ଟିରେ କରିଥାନ୍ତେ ଆଙ୍କରିଂ, ହଷ୍ଟେଲରୁ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

ଏହା ବି ପଢନ୍ତୁ...ଛାତ୍ରୀଙ୍କୁ ନିର୍ଯାତନା ପଡ଼ିଲା ମହଙ୍ଗା, ସହକାରୀ ଅଧ୍ୟାପକ ନିଲମ୍ବିତ

ଏହା ବି ପଢନ୍ତୁ...MP: ଛାତ୍ରୀଙ୍କୁ ଅସଦାଚରଣ ! ରାସ୍ତା ଉପରେ ଶିକ୍ଷକଙ୍କୁ ଉଲଗ୍ନ କରି ମାଡ଼

ଖବର ପାଇ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ଫଳରେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ଆଜି ସକାଳେ ଛାତ୍ରୀଙ୍କ ପରିବାରକୁ ଖବର ଦିଆଯାଇଥିଲା। ଖବର ପାଇ ଛାତ୍ରୀଙ୍କ ବାପା ଆସି ଥାନାରେ ଅଭିଯୋଗ କରିଥିଲେ। ବର୍ତ୍ତମାନସୁଦ୍ଧା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି। ହେଲେ ଘଟଣା ପଛର ରହସ୍ୟ ସାମନାକୁ ଆସି ପାରିନାହିଁ। ତେବେ ଘଟଣା ପରେ ଘରୋଇ କଲେଜର ହଷ୍ଟେଲ ଗୁଡ଼ିକ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଆହତ ଛାତ୍ରୀଙ୍କ ପରିବାର । କିଭଳି ଓ କେଉଁ ପରିସ୍ଥିତିରେ ଛାତ୍ରୀଙ୍କୁ ଆକ୍ରମଣ କରାଯାଇଛି ସେନେଇ ଅଧିକ ତଦନ୍ତ ଚଳାଇଛି ପୋଲିସ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details