ଅନୁଗୋଳ: ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଅଳିଆ ପକାଇବାକୁ ନେଇ ଉତ୍ତେଜନା। ଅନୁଗୋଳ ପୌରପାଳିକାର ଆବର୍ଜନା ପକାଇବାକୁ ନେଇ ଦେଖା ଦେଇଛି ଏହି ଅପ୍ରୀତିକର ପରିସ୍ଥିତି।
ଅନୁଗୋଳ ଥାନାର ପାଞ୍ଚ ମହଲା ଅଞ୍ଚଳର ଭେରୁ ବଣିଆଠାରେ ଅନୁଗୋଳ ସହରର ଅଳିଆ ପକାଯାଉଛି। ଯାହାକୁ ଗ୍ରାମବାସୀ ବିରୋଧ କରୁଛନ୍ତି । ଗୁରୁବାର ଅଳିଆ ପକାଇବାକୁ ଗାଡି ଯାଇଥିବା ବେଳେ ତାକୁ ଗାଁ ଲୋକେ ଅଟକାଇ ଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ କରୁଥିବା ବେଳେ ହଠାତ ପୋଲିସ ଓ ଗାଁ ଲୋକଙ୍କ ମଧ୍ୟରେ ଠେଲା ପେଲା ଆରମ୍ଭ ହୋଇଥିଲା ।