ଅନୁଗୋଳ: ଆଜି ଗଣେଶ ଚତୁର୍ଥୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର । ଚଳିତ ବର୍ଷ ତାଳଚେର ସହରରେ 70ରୁ ଅଧିକ ମଣ୍ଡପରେ ବିଘ୍ନନାଶନଙ୍କ ପୂଜା କରାଯାଉଛି । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜ୍ଜସଜ୍ଜାରେ ଝଲସି ଉଠିଛି ପୂଜା ମଣ୍ଡପ । ପ୍ରାୟ 11ଦିନ ଧରି ଏଠାରେ ଚାଲିବ ଗଣେଶ ପୂଜା ।
ଗଜାନନଙ୍କ ଆଗମନରେ ତାଳଚେର ଚଳଚଞ୍ଚଳ - କୋଇଲା ନଗରୀ ତାଳଚେର
ଗଣେଶ ଚତୁର୍ଥୀ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କୋଇଲା ନଗରୀ ତାଳଚେର । ଏଠାକାର ଗଣପର୍ବ ଭାବରେ ପରିଚିତ ଏହି ପୂଜା ସହରରେ 11ଦିନ ଧରି ଚାଲିବ ।
ତାଳଚେରର ଗଣପର୍ବ ହେଉଛି ଗଣେଶ ପୂଜା । ସେଥିପାଇଁ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବାହ୍ନ ଓ ଅପରାହ୍ନରେ କେତେକ ମଣ୍ଡପରେ ପୂଜା ଆରମ୍ଭ ହୋଇଛି । ଗଙ୍ଗାମାତାଙ୍କ ଆବାହନ ପରେ ଅଗ୍ରପୂଜ୍ୟଙ୍କୁ ଆରାଧନା କରାଯାଇଛି । ସେହିପରି ଆଉ କେତେକ ମଣ୍ଡପରେ ରାତିରେ ପୂଜା ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ପ୍ରଶାସନ, ପୋଲିସ ଓ ମିଳିତ ପୂଜା କମିଟିର ସହଯୋଗରେ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରାଯାଉଛି । ସହରର ପ୍ରମୁଖ ପୂଜା ମଣ୍ଡପ ଭାବେ ହାଣ୍ଡିଧୁଆ, ଶର୍ମାଛକ, ହାଟତୋଟା, ରାମଚନ୍ଦ୍ର ବଜାର, କାରିଗରୀପଡା ଆଦି ମଣ୍ଡପରେ ଆକର୍ଷଣୀୟ ମୂର୍ତ୍ତି ଓ ସାଜସଜା ମଧ୍ୟରେ ପୂଜା କରାଯାଉଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ