ଓଡିଶା

odisha

କଟକଣାକୁ ମାନି ଅନୁଗୋଳବାସୀ ପାଳିବେ ଏଥରର ଦୁର୍ଗାପୂଜା

ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଧରାବତରଣ କରିବେ ଦୁର୍ଗତିନାଶିନୀ ଦେବୀ ଦୁର୍ଗା । ଏଥର ପୂଜାରେ ସରକାର ଜାରିକରିଥିବା କୋଭିଡ ଗାଇଡ଼ଲାଇନକୁ ମାନି ପାଳନ କରାଯିବ ବୋଲି କହିଛନ୍ତି ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ।

By

Published : Oct 13, 2020, 11:40 AM IST

Published : Oct 13, 2020, 11:40 AM IST

କଟକଣାକୁ ମାନି ଅନୁଗୋଳ ବାସୀ ପାଳିବେ ଏଥରର ଦୁର୍ଗାପୂଜା
କଟକଣାକୁ ମାନି ଅନୁଗୋଳ ବାସୀ ପାଳିବେ ଏଥରର ଦୁର୍ଗାପୂଜା

ଅନୁଗୋଳ: ଚାଲିଛି ପାର୍ବଣ ଋତୁ। ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଧରାବତରଣ କରିବେ ଦୁର୍ଗତିନାଶିନୀ ଦେବୀ ଦୁର୍ଗା । ଆଉ ସେଥିପାଇଁ ସବୁ ଆଡେ ସାଜ ସଜା ଆରମ୍ଭ ହେବା କଥା । କିନ୍ତୁ ଏଥର ମାଙ୍କ ପୂଜା ପାଳନରେ ଲାଗିଛି କଟକଣା। ଏଥର ପୂଜାରେ ସରକାର ଜାରିକରିଥିବା କୋଭିଡ ଗାଇଡ଼ଲାଇନକୁ ମାନି ପାଳନ କରାଯିବ ବୋଲି କହିଛନ୍ତି ଅନୁଗୋଳ ଜିଲ୍ଲାର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ।

କଟକଣାକୁ ମାନି ଅନୁଗୋଳ ବାସୀ ପାଳିବେ ଏଥରର ଦୁର୍ଗାପୂଜା
କଟକଣାକୁ ମାନି ଅନୁଗୋଳ ବାସୀ ପାଳିବେ ଏଥରର ଦୁର୍ଗାପୂଜା

ଅନୁଗୋଳ ସହରରେ ପ୍ରାୟ ୧୦ ଟି ମଣ୍ଡପରେ ଦେବୀଙ୍କୁ ଆରାଧନା ତକରାଯାଏ । ମାତ୍ର ଏଥର ସେ ସବୁ ସ୍ଥାନରେ ପୂଜାକୁ କଟକଣା ମଧ୍ୟରେ ପାଳନ କରାଯିବ । ଏଥିପାଇଁ କଟକଣା ଅନୁସାରେ ମାତ୍ର 4 ଫୁଟ ଉଚ୍ଚତା ମୂର୍ତ୍ତି ନିର୍ମାଣ କରାଯାଇଛି । ମା' ଙ୍କ ମଣ୍ଡପକୁ ଆବଦ୍ଧ କରି କେବଳ ପରମ୍ପରା ବଞ୍ଚାଇବା ପାଇଁ ପୂଜା କରାଯିବାର ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ପୂଜାକମିଟି କର୍ମକର୍ତ୍ତା । ସେମାନଙ୍କ କହିବା କଥା ଏଥର ଉତ୍ସବ ପାଳନ ବର୍ଷ ନୁହେଁ ଏହା ଜୀବନ ବଞ୍ଚାଇବାର ବର୍ଷ ।

ଦୂର୍ଗା ପୂଜା ପରେ ପରେ ମଧ୍ୟ ଗଜଲଷ୍ମୀଙ୍କ ପୂଜାକୁ ବେଶ ଧୂମଧାମ ରେ ପାଳନ କରାଯାଏ। ମାତ୍ର ଏଥର ଏ ସବୁକୁ ବନ୍ଦ କରି କେବଳ ପରମ୍ପରା ରଖିବା ପାଇଁ ପୂଜା କରାଯିବ ବୋଲି କହିଛନ୍ତି କମିଟି କର୍ମକର୍ତ୍ତା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details