ଅନୁଗୋଳ: କୋରୋନାକୁ ନେଇ ସରକାରଙ୍କ ନିର୍ଦ୍ଦେଶନାମାକୁ କିଏ ପାଳନ କରୁଛି ତ ପୁଣି କିଏ ଅଣଦେଖା କରୁଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ସହରରେ। ଗୁରୁବାର ଅନୁଗୋଳ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା କେତେକ ଔଷଧ ଦୋକାନ ଓ ଡେଲି ମାର୍କେଟରେ ଥିବା ଗ୍ରୋସରୀ ଦୋକାନ ଏହି ସାମାଜିକ ଦୂରତ୍ବ କଟକଣାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି ।
କୋରୋନା ସତର୍କତାକୁ ଅମାନ୍ୟ, ଦୋକାନରେ ଗ୍ରାହକଙ୍କ ଭିଡ - କୋରୋନା ଭାଇରସ ଅପଡେଟ
କୋରୋନାକୁ ନେଇ ସରକାରଙ୍କ ନିର୍ଦ୍ଦେଶନାମାକୁ କିଏ ପାଳନ କରୁଛି ତ ପୁଣି କିଏ ଅଣଦେଖା କରୁଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ସହରରେ। ଅଧିକ ପଢନ୍ତୁ...

ସରକାରୀ ନିୟମକୁ ଫୁ, ଦୋକାନରେ ଜମିଲା ଗ୍ରାହକଙ୍କ ଭିଡ
ସରକାରୀ ନିୟମକୁ ଫୁ, ଦୋକାନରେ ଜମିଲା ଗ୍ରାହକଙ୍କ ଭିଡ
ବୁଧବାରଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ବ ମାନିବାକୁ ସ୍ବତନ୍ତ୍ର ଭାବେ ଏକ ମିଟର ଦୂରତାରେ ଏକ କୋଠରୀ କରାଯାଇଥିବା ବେଳେ ଏହାକୁ ପାଳନ କରିବାକୁ ଉଭୟ ଜନସାଧାରଣ ଓ ବ୍ୟବସାୟୀମାନଙ୍କ ପ୍ରଶାସନ ଅବଗତ କରାଇଥିଲେ। ମାତ୍ର ଗୁରୁବାର ଏହାର ଉଲଘଂନ ହୋଇଥିବା ଦେଖିବାକୁ ମିଳିଛି । ସେପଟେ ଅନେକ ଲୋକ ଏହାକୁ ପାଳନ କରିବା ଆବଶ୍ୟକ । ଏହା ପାଳନ ନକଲେ ଭବିଷ୍ୟତରେ ସମସ୍ତଙ୍କ ପାଇଁ ବିପଦ ବୋଲି ଲୋକେ କହିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ