ଓଡିଶା

odisha

ETV Bharat / state

ଗ୍ରୀନ ଜୋନ ପାଇଁ ଅନୁଗୋଳରେ ତାଲାବନ୍ଦ କୋହଳ, ଲୋକେ ଭୁଲିଲେ ସାମାଜିକ ଦୂରତା - ସାମାଜିକ ଦୂରତା

ଗ୍ରୀନ ଜୋନ ଘୋଷଣା ପରେ ଅନୁଗୋଳରେ କଟକଣା କୋହଳ । ସେପଟେ ସାମାଜିକ ଦୂରତା ଭୁଲି ମନ୍ଦିର ଗଲେ ଲୋକେ । ଅଧିକ ପଢନ୍ତୁ...

social distance in angul
ଗ୍ରୀନ ଜୋନ ପାଇଁ ଅନୁଗୋଳରେ ତାଲାବନ୍ଦ କୋହଳ, ଲୋକେ ଭୁଲିଲେ ସାମାଜିକ ଦୂରତା

By

Published : May 2, 2020, 2:48 PM IST

Updated : May 2, 2020, 2:55 PM IST

ଅନୁଗୋଳ: ତାଲାବନ୍ଦର ଅବଧିକୁ ପୁଣି ଦୁଇ ସପ୍ତାହ ବଢାଇଛନ୍ତି କେନ୍ଦ୍ର ସରକାର । ଏହାସହ ଦେଶକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ ଜୋନରେ ବିଭକ୍ତ କରି ଭିନ୍ନ ଭିନ୍ନ ନିୟମ ଲାଗୁ କରିଛନ୍ତି । ଯେଉଁସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଛି ସେଠାରେ କଟକଣା ସାମାନ୍ୟ କୋହଳ ହୋଇଛି । ଅନୁଗୋଳ ଗ୍ରୀନ ଜୋନରେ ଥିବାବେଳେ ଏଠାରେ କଟକଣା କୋହଳ ହୋଇଥିବା ଦେଖିବାକୁ ମିଳିଛି ।

ଗ୍ରୀନ ଜୋନ ପାଇଁ ଅନୁଗୋଳରେ ତାଲାବନ୍ଦ କୋହଳ, ଲୋକେ ଭୁଲିଲେ ସାମାଜିକ ଦୂରତା

ତେବେ ସବୁଠି ଓ ସବୁକ୍ଷେତ୍ରରେ ସାମାଜିକ ଦୂରତା ମାନିବାକୁ ନିୟମ ହୋଇଥିବାବେଳେ ଲୋକେ ଏହାକୁ ମାନୁ ନଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ କଥା ହେଉଛି ମନ୍ଦିରକୁ ଭକ୍ତ ନ ଆସିବାକୁ କଟକଣା ରହିଥିବାବେଳେ ଲୋକେ ଏହାକୁ ମାନି ନାହାନ୍ତି । ସବୁ ମନ୍ଦିରରେ ଆଜି ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ସରକାରୀ କଟକଣାକୁ ଫୁ କରି ଲୋକେ ମନ୍ଦିରରେ ଭିଡ ଜମାଇଛନ୍ତି । ଏହାଛଡା ବ୍ୟାଙ୍କ ଓ ଖୋଲା ଯାଉଥିବା ଦୋକାନ ଗୁଡିକରେ ମଧ୍ୟ ସାମାଜିକ ଦୂରତାକୁ କେହିବି ମାନି ନଥିବା ଦେଖିବାକୁ ମିଳିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 2, 2020, 2:55 PM IST

ABOUT THE AUTHOR

...view details