ଅନୁଗୋଳ:ଗାଁ ପାଖରେ 46 ଟିକିଆ ହାତୀ ପଲ । ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ । ଅନୁଗୋଳ ଜିଲ୍ଲାର ବଅଁରପାଳ ବଜାର ଠାରୁ ଅଳ୍ପ ଦୂରରେ ଏହି ହାତୀ ପଲଙ୍କୁ ଦେଖିବାକୁ ମିଳିଛି । ଢେଙ୍କାନାଳବନଖଣ୍ଡ ଅଞ୍ଚଳ(forest range )ରୁ ଏହି ହାତୀ ପଲ ପସି ଆସିଥିବା ଜଣାପଡିଛି ।
ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜର ନୂଆହତା ଗାଁରେ ୪୬ଟିକିଆ ହାତୀପଲ ଯୋଗୁ ଲୋକେ ଆତଙ୍କିତ। ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରୁ ଏହି ହାତୀପଲ ପଶି ଆସିଛନ୍ତି । ତାଳଚେର ରେଞ୍ଜ କର୍ମଚାରୀ ମାନେ ହାତୀପଲକୁ ଜଗି ରହିଛନ୍ତି। ରାତିହେଲେ ସେମାନେ ପୁଣି ଜଙ୍ଗଲକୁ ଫେରିଯିବେ ବୋଲି ଆଶା କରାଯାଉଛି ।