ଓଡିଶା

odisha

ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଲୁଟ

By

Published : Aug 28, 2019, 8:42 PM IST

ସରକାରୀ ହସ୍ପିଟାଲରେ ଦଲାଲଙ୍କ ରାଜ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଲୁଟର ଶିକାର ହେଉଛନ୍ତି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ହସ୍ପିଟାଲକୁ ଆସି ଠକାମିର ଶିକାର ହେଉଛନ୍ତି ସାଧାରଣ ଲୋକେ । ବିଭିନ୍ନ ଆଳରେ ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ଲୁଟି ଚାଲିଛନ୍ତି ଦଲାଲ । ଆଉ ଅଭିଯୋଗ କଲେ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ଜରପଡା ଥାନା କତଡା ଗାଁର ପ୍ରସନ୍ନ ଦେହୁରୀ ଓ ତାଙ୍କ ସ୍ତ୍ରୀ ଯଶୋଦା ଚିକିତ୍ସା ଲାଗି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ଏଠାରେ ତାଙ୍କୁ ସାହାଯ୍ୟ କରିବା ବାହାନାରେ ଜଣେ ବ୍ୟକ୍ତି 7ଶହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାଯୋଗ୍ୟ, ବର୍ହିଃବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ଚିକିତ୍ସାଳୟ ପରିସରରେ ଥିବା ଏକ ଗଛ ମୂଳରେ ଅପେକ୍ଷା କରିଥିଲେ ଦମ୍ପତ୍ତି । ସେହି ସମୟରେ ଡାକ୍ତରଖାନାର କର୍ମଚାରୀର ପରିଚୟ ଦେଇ ଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ କହିଥିଲେ । ଆଉ ଏଥିପାଇଁ ଡାକ୍ତରଖାନାକୁ କିଛି ପଇସା ଦେବାକୁ ପଡିବ ବୋଲି କହି 7 ଶହ ଟଙ୍କା ଠକି ନେଇ କେଉଁଆଡେ ଫେରାର ହୋଇଯାଇଥିଲେ ।ତେବେ ଠକାମିର ଶିକାର ହୋଇଥିବା ଦମ୍ପତ୍ତି ହସ୍ପିଟାଲ ମ୍ୟାନେଜରଙ୍କୁ ଏ ସମ୍ପର୍କରେ କହିଥିଲେ । କିନ୍ତୁ ଏ ବିଷୟରେ କିଛି କହିପାରିବେ ନାହିଁ କହି ଫେରାଇ ଦେଇଥିଲେ କର୍ମଚାରୀ ।

ସେପଟେ, ଚିକିତ୍ସାଳୟକୁ ବହୁ ଦୂରଦୁରାନ୍ତ ଗାଁ ଗହଳିରୁ ରୋଗୀଙ୍କୁ ଆସି ଏଭଳି ଠକାମିର ବାରମ୍ବାର ଶିକାର ହେଉଥିବାବେଳେ ଅନେକ ଦିନ ଧରି ଚିକିତ୍ସାଳୟ ପରିସରରେ ବନ୍ଦ ରହିଛି ପୋଲିସ ଫାଣ୍ଠି । ତେଣୁ ନିର୍ଭରରେ ସାଧାରଣ ଲୋକେ ଆସି ସାଧାରଣଲୋକଙ୍କୁ ଠକୁଥିବାର ଅଭିଯୋଗ ହେଉଛି । ଏପରିକି ସିସିଟିଭି ମଧ୍ୟ ଉଚ୍ଚମାନର ହୋଇନଥିବାରୁ ସେଥିରେ କାହାରି ଚେହେରା ସ୍ପଷ୍ଟ ମଧ୍ୟ ଦେଖାଯାଉନାହିଁ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details