ଓଡିଶା

odisha

ETV Bharat / state

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା - ଅନୁଗୋଳରେ ହସ୍ପିଟାଲ ଛାତରୁ ଡେଇଁ ରୋଗୀର ଆତ୍ମହତ୍ୟା

ଅନୁଗୋଳ ହସ୍ପିଟାଲରେ ଅଭାବନୀୟ ଘଟଣା । ହସ୍ପିଟାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ରୋଗୀ । ଅଧିକ ପଢନ୍ତୁ

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା
ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

By

Published : Dec 16, 2021, 9:38 AM IST

ଅନୁଗୋଳ: ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଯୁବକ ଗୋତମରା ଗାଁ ଚିକୁନ ବିଶ୍ୱାଳ । ସେ ଗତକାଲି(ବୁଧବାର) ସାନିଟାଇଜର ପିଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ହୋଇଯାଇଥିଲା । ହେଲେ ଆଜି(ଗୁରୁବାର) ଭୋର୍ ସମୟରେ ଚିକୁନ ହସ୍ପିଟାଲର ପାଞ୍ଚ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଯୁବକ ଜଣକ ଡେଇଁବା ପରେ ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଅଭାବନୀୟ ଘଟଣା ପରେ ଏବେ ହସ୍ପିଟାଲରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ମେଡିକାଲରେ ମାଳ ମାଳ ସୁରକ୍ଷାକର୍ମୀ ଥିବା ସତ୍ତ୍ବେ ଜଣେ ରୋଗୀ କିଭଳି ଛାତରୁ ଡେଇଁଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details