ଅନୁଗୋଳ: ମାତ୍ରାଧିକ ସ୍କୁଲ ଫି ବୃଦ୍ଧିକୁ ବିରୋଧ । ତାଲା ପକାଇ ଆନ୍ଦୋଳନରେ ଅଭିଭାବକ। ଏନେଇ ଅନୁଗୋଳ ଜିଲ୍ଲା ତାଳଚେର ଥର୍ମାଲ ଡ଼ିଏଭି ପବ୍ଲିକ ସ୍କୁଲ ଅଭିଭାବକଙ୍କ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି। ଅଭିଭାବକ ସ୍କୁଲ ଗେଟରେ ତାଲା ପକାଇଥିବାରୁ ପାଠପଢା ବନ୍ଦ ରହିଛି । ଡିଏଭି ସ୍କୁଲର ସମସ୍ତ ଖର୍ଚ୍ଚ ଏନଟିପିସି ତାଳଚେର ଥର୍ମାଲର ସିଏସଆର ଫଣ୍ଡରୁ ଖର୍ଚ୍ଚ ହୋଇଥାଏ । ଯାହାଦ୍ୱାରା ପ୍ଲାଣ୍ଟର ଆଖପାଖରେ ଥିବା ପଞ୍ଚାୟତ ଗୁଡିକର ପିଲାମାନେ ଏହି ସ୍କୁଲ୍ ପଢ଼ିଥାନ୍ତି ।
ଚିନ୍ତା ବଢାଉଛି ଡିଏଭି ସ୍କୁଲ ଫି ବୃଦ୍ଧି, ଧାରଣାରେ ଅଭିଭାବକ
ଉଗ୍ର ହେଉଛି ଡିଏଭି ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗ । ଘଟଣାରେ ନିଦାବିଷ୍ଣୁ ସାଜିଛି ପ୍ରଶାସନ । ଏନେଇ ଅଣଚାକିରିଆ ଅଭିଭାବକ ସଙ୍ଘ ଶନିବାରଠୁ ସ୍କୁଲକୁ ବନ୍ଦ କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ
କିନ୍ତୁ ଡିଏଭି ସ୍କୁଲ ପ୍ରିନ୍ସପାଲ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚ।ୟତରୁ ଆସୁଥିବା ପିଲାମାନଙ୍କର ସ୍କୁଲ ଫିକୁ ୮ହଜାରରୁ ୧୩ ହଜାରକୁ ବୃଦ୍ଧି କରିଛନ୍ତି । ଯାହାକି ନିୟମ ବିରୋଧ ବୋଲି ଅଭିଯୋଗ ଆଣିଛନ୍ତି ଅଭିଭାବକ ସଙ୍ଘ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଶନିବାରଠୁ ଅଣ ଚାକିରିଆ ଅଭିଭାବକ ସଙ୍ଘ ପକ୍ଷରୁ ସ୍କୁଲକୁ ବନ୍ଦ କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ