ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO - ଅନୁଗୋଳ କିଶୋରନଗର ଖବର

ଅନୁଗୋଳ କିଶୋରନଗରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଲ କରିବା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଭିଜିଲାନ୍ସ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

ଆବାସ ଯୋଜନାରେ ଲଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO
ଆବାସ ଯୋଜନାରେ ଲଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO

By

Published : Sep 30, 2020, 3:38 PM IST

ଅନୁଗୋଳ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ବାବୁ । ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ ସଂଜାମୁରା ପଞ୍ଚାୟତର ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ ।

ଆବାସ ଯୋଜନାରେ ଲଞ୍ଚନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ PEO

ଭିଜିଲାନ୍ସ ଦେଇଥିବା ତଥ୍ୟ ଅନୁଯାୟୀ ନିମିତ୍ରୀ ଗାଁର ଜୟନ୍ତ ବିଶ୍ବାଳ ନାମକ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ବିଲ ପ୍ରଦାନ ପାଇଁ ନିର୍ବାହୀ ଅଧିକାରୀ ନିର୍ଭୟ ପ୍ରଧାନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏଥିପାଇଁ ଜୟନ୍ତ ବିଶ୍ବାଳ କଟକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

ନିର୍ଭୟ ପ୍ରଧାନ ତାଙ୍କ ଘରେ ଥିବା ବେଳେ ଜୟନ୍ତ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ସେହି ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରି ନେଇଥିଲା । ତାଙ୍କ ନିକଟରୁ ୧୦ ହଜାର ଟଙ୍କା ଜବତ କରାଯାଇଛି । ଏହା ପରେ ନିର୍ବାହୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details