ଓଡିଶା

odisha

ETV Bharat / state

ବିତିଲା 2 ବର୍ଷ: ମିଳିଲାନି ଦରମା, ହକ୍ ପାଇଁ ପାଚିକା ସହାୟିକାଙ୍କ ପ୍ରତିବାଦ - ଅନୁଗୋଳ ଖବର

ପାଚିକା ସହାୟିକାଙ୍କୁ ମିଳିନାହିଁ 28 ମାସର ଦରମା । ଯାହାର ପ୍ରତିବାଦ କରିଛନ୍ତି ଓଡ଼ିଆ ପାଚିକା ସହାୟିକା ସଂଘ । ଅଧିକ ପଢନ୍ତୁ

ପାଚିକା ସହାୟିକାଙ୍କୁ ମିଳିନି ଦୁଇବର୍ଷ ହେବ ଦରମା :ହକ ପାଇଁ କଲେ ପ୍ରତିବାଦ
ପାଚିକା ସହାୟିକାଙ୍କୁ ମିଳିନି ଦୁଇବର୍ଷ ହେବ ଦରମା :ହକ ପାଇଁ କଲେ ପ୍ରତିବାଦ

By

Published : Dec 22, 2021, 8:23 PM IST

ଅନୁଗୋଳ :ପାଚିକା ସହାୟିକାଙ୍କୁ ମିଳିନାହିଁ 28 ମାସର ଦରମା । ଯାହାର ପ୍ରତିବାଦ କରିଛନ୍ତି ଓଡ଼ିଆ ପାଚିକା ସହାୟିକା ସଂଘ । ତୁରନ୍ତ ବକେୟା ଦରମା ପ୍ରଦାନ ଦାବିରେ ବୁଧବାର ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ପାଚିକା । କୋଭିଡ ସମୟରେ ଲୋକେ ବହୁ ଦୁର୍ଦ୍ଦିନରେ ଅଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ଦୁଇ ବର୍ଷ ହେବ ଦରମା ନ ଦେବାରୁ ସେମାନେ ନାନା ହୀନସ୍ଥା ଭୋଗୁଛନ୍ତି ।

ପାଚିକା ସହାୟିକାଙ୍କୁ ମିଳିନି ଦୁଇବର୍ଷ ହେବ ଦରମା :ହକ ପାଇଁ କଲେ ପ୍ରତିବାଦ

ବହୁ ସଂଖ୍ୟାରେ ପାଚିକା ଏକ ପ୍ରତିବାଦ ଶୋଭାଯାତ୍ରାରେ ଅନୁଗୋଳ ଷ୍ଟାଡିୟମ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏନେଇ ଏକ ଦାବି ପତ୍ର ଜିଲ୍ଲା ପ୍ରଶାସନ ପ୍ରଦାନ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ଆଠ ଦଫା ଦାବି ମଧ୍ୟ ରଖି ସେମାନେ ଏହି ବିକ୍ଷୋଭ କରିଛନ୍ତି । ତାଙ୍କୁ ତାଙ୍କ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details