ଓଡିଶା

odisha

ETV Bharat / state

ଅନୁଗୋଳରେ 7ଟି ହସ୍ପିଟାଲରେ ଆରମ୍ଭ ହେଲା ଅକ୍ସିଜେନ ସୁବିଧା - ମୁଖ୍ୟମନ୍ତ୍ରୀ

ଅନୁଗୋଳର 7ଟି ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଅଧିକ ପଢନ୍ତୁ...

ଅନୁଗୋଳରେ 7ଟି ହସ୍ପିଟାଲରେ ଆରମ୍ଭ ହେଲା ଅକ୍ସିଜେନ ସୁବିଧା
ଅନୁଗୋଳରେ 7ଟି ହସ୍ପିଟାଲରେ ଆରମ୍ଭ ହେଲା ଅକ୍ସିଜେନ ସୁବିଧା

By

Published : Jun 26, 2021, 6:38 AM IST

ଅନୁଗୋଳ: ଜିଲ୍ଲାର ତରଳ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର 7ଟି ମେଡିକାଲରେ ଏହି ସୁବିଧା ଆରମ୍ଭ କରାଯାଇଛି । କୋରୋନା ମହାମାରୀର 3ୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଗୁଆ ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଅନୁଗୋଳରେ 7ଟି ହସ୍ପିଟାଲରେ ଆରମ୍ଭ ହେଲା ଅକ୍ସିଜେନ ସୁବିଧା

ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଏହି ପ୍ଲାଣ୍ଟରୁ ପାଇପ ଯୋଗେ ରୋଗୀଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ଲାଣ୍ଟରୁ ଘଣ୍ଟାକୁ 6 ହଜାର ଲିଟର ଅକ୍ସିଜେନ ଉତ୍ପାଦନ ହୋଇପାରିବ। ଏହା ସହ ଆଠମଲ୍ଲିକ ଉପଖଣ୍ଡ ହସ୍ପିଟାଲରେ ଅକ୍ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ, ପାଲଲହଡା ଉପଖଣ୍ଡ ହସ୍ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରଗାଡ଼ ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ ୱାର୍ଡ ଉଦଘାଟନ କରିଛନ୍ତି ।

ଆଜି(ଶୁକ୍ରବାର)ର ଏହି ଉଦଘାଟନ କାର୍ଯ୍ୟକ୍ରମରେ ଉପ ବାଚସ୍ପତି ରଜନୀକାନ୍ତ ସିଂ, ବିଧାୟକ ବ୍ରଜ କିଶୋର ପ୍ରଧାନ, ସୁଶାନ୍ତ ବେହେରା, ମୁକେଶ ପାଲ ଓ ରମେଶ ସାଏ ଉପସ୍ଥିତ ରହିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ଉପସ୍ଥିତ ଥିଲେ । ଏହି ବ୍ୟବସ୍ଥା ଦ୍ବାରା କୋଭିଡ ପରିଚାଳନାରେ ଜିଲ୍ଲାରେ ଆହୁରି ସୁଧାର ଆସିବ ବୋଲି କୁହାଯାଇଛି । ଉଦଘାଟନ କ୍ରାଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ CDMO ମଧ୍ୟ ଉପସ୍ଥିତ ଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details