ଓଡିଶା

odisha

ETV Bharat / state

କୋଇଲା ଖଣି ସର୍ଭେକୁ ବିରୋଧ, ସର୍ଭେ ଅଧିକାରୀ ଅଟକ - କୋଇଲା ଖଣି ସର୍ଭେ ଅଧିକାରୀ ଅଟକ

ଅନୁଗୋଳ କଣିହାଁ ଅଞ୍ଚଳରେ ପ୍ରସ୍ତାବିତ କୋଇଲା ଖଣିର ସର୍ଭେ କାର୍ଯ୍ୟକୁ ବିରୋଧ । ଗ୍ରାମବାସୀଙ୍କ ଦାବି ପୂରଣ ନ କରି ସର୍ଭେ କରିବା ବିରୋଧ କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

କୋଇଲା ଖଣି ସର୍ଭେକୁ ବିରୋଧ, ସର୍ଭେ ଅଧିକାରୀ ଅଟକ
କୋଇଲା ଖଣି ସର୍ଭେକୁ ବିରୋଧ, ସର୍ଭେ ଅଧିକାରୀ ଅଟକ

By

Published : Aug 28, 2021, 8:08 PM IST

ଅନୁଗୋଳ:ଜିଲ୍ଲା କଣିହାଁ ଅଞ୍ଚଳରେ ପ୍ରସ୍ତାବିତ କୋଇଲା ଖଣିର ସର୍ଭେ କାର୍ଯ୍ୟକୁ ବିରୋଧ । ସର୍ଭେ କାର୍ଯ୍ୟରେ ନିୟୋଜିତ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକେ । ଗ୍ରାମବାସୀଙ୍କ ଦାବି ପୂରଣ ନ କରି ସର୍ଭେ କରିବାରୁ ଗାଁ ଲୋକେ ଏହାକୁ ବିରୋଧ କରିଛନ୍ତି । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।

କୋଇଲା ଖଣି ସର୍ଭେକୁ ବିରୋଧ, ସର୍ଭେ ଅଧିକାରୀ ଅଟକ

ସୂଚନା ମୁତାବକ, କୋଲକାତାର ସେରିଆନ ଏକ୍ସପ୍ରେସନ ଆଣ୍ଡ ମାଇନିଂ ନାମକ ଏକ ସଂସ୍ଥା ଗତ କିଛି ଦିନ ହେବ କଣିହାଁ ବାରିହାପୁର ଗାଁକୁ ଆସି ଗ୍ରାମରେ କୋଇଲା ଅଛି କି ନାହିଁ ସର୍ଭେ କରୁଛି । ମାତ୍ର ଗ୍ରାମବାସୀ ଗାଁ କମିଟିକୁ ୧୦ ଲକ୍ଷ ଟଙ୍କା ଏବଂ ପ୍ରତି ନଳକୂଅ ପିଛା ୧୦ ହଜାର ଟଙ୍କା ଦେବାକୁ ଦାବି କରି କାମ ବନ୍ଦ କରିଥିଲେ । ଦାବି ପୂରଣ ନ କରି କମ୍ପାନୀ ମନମୁଖୀ ସର୍ଭେ କରିବାରୁ ଗାଁ ଲୋକେ କମ୍ପାନୀ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ଏନେଇ କମ୍ପାନୀର ଅଧିକାରୀ ଘଟଣାସ୍ଥଳକୁ ଆସି ଆଇନତଃ ଦାବି ଟଙ୍କା ଦେଇ ହେବ ନାହିଁ କହି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ମାତ୍ର ଗ୍ରାମବାସୀ ସେମାନଙ୍କ ଦାବି ପୂରଣ ପାଇଁ ଜିଦ୍ କରିଥିଲେ । ତେବେ ବିଳମ୍ବିତ ରାତିରେ କଣିହାଁ ପୋଲିସ ଓ ମାଜିଷ୍ଟ୍ରେଟ ତହସିଲଦାର ଘଟଣାସ୍ଥଳକୁ ପହଞ୍ଚିଥିଲେ । କମ୍ପାନୀଗାଡ଼ିକୁ ଛାଡ଼ି ଦେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯିବାରୁ ଗ୍ରାମବାସୀ ଗାଡ଼ି ଆଗରେ ଶୋଇ ପଡ଼ିଥିଲେ । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details