ଅନୁଗୋଳ: ଦେଶରେ ଏବେ ହରିଦ୍ଵାର ଠାରୁ ଆରମ୍ଭ ହୋଇଥିବା ଧର୍ମ ସଂସଦ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଲୋକଙ୍କୁ ଉତ୍ତେଜନା ମୂଳକ ଅଭିଭାଷଣମାନ ଦିଆଯାଉଛି । ସେହିପରି ବିଭିନ୍ନ ସାମ୍ପ୍ରଦାୟିକ ଗୋଷ୍ଠି ମାନଙ୍କ ଦ୍ବାରା କେତେବେଳେ ନେତାଜୀଙ୍କୁ ଗାନ୍ଧିଜୀଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଠିଆ କରାଯାଉଛି ତ ଆଉ କେତେବଳେ ସର୍ଦ୍ଦାର ପଟେଲ ଓ ନେହେରୁଙ୍କ ମଧ୍ୟରେ ଭେଦଭାବ କରାଯାଉଛି ।
ଯାହାର ଘୋର ବିରୋଧ କରି ପ୍ରତିବାଦ କରିଛନ୍ତି ଅନୁଗୋଳ ବାସୀ । ବହୁ ସଂଖ୍ୟକ ଗାନ୍ଧି ପ୍ରେମୀ ଅନୁଗୋଳର ଗାନ୍ଧୀ ପାର୍କ ଠାରେ ଏକଜୁଟ ହୋଇ ଗାନ୍ଧୀଙ୍କ ବିଚାର ଧରାକୁ ଯେଉଁଭଳି ଭାବେ ଏକ ଗୋଷ୍ଠୀ ନଷ୍ଟ କରିବାକୁ ଯାଉଛନ୍ତି ତାହାର ପ୍ରତିବାଦ କରି ନିରବ ବିରୋଧ କରିଛନ୍ତି । ଅନୁଗୋଳ ଜିଲ୍ଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନ ପକ୍ଷରୁ ରାଷ୍ଟ୍ରପିତାଙ୍କ ଅପମାନ ସହିବୁ ନାହିଁ ନାରା ଦେଇ ପ୍ରତିବାଦ କରାଯାଇଛି ।