ଓଡିଶା

odisha

ETV Bharat / state

ଗ୍ୟାସ ପାଇପ ପାଇଁ ଜମି ଅଧିଗ୍ରହଣକୁ ବିରୋଧ - gas pipelines

ମନଇଚ୍ଛା ଜମି ଅଧିଗ୍ରହଣକୁ ନେଇ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତବାସୀ । ଅଧିକ ପଢନ୍ତୁ:

Oppose to land acquisition
ଗ୍ୟାସ ପାଇପ ପାଇଁ ଜମି ଅଧିଗ୍ରହଣକୁ ବିରୋଧ

By

Published : Dec 11, 2020, 7:33 PM IST

ଅନୁଗୋଳ: ଗ୍ୟାସ ପାଇପ ପାଇଁ ଜମି ଅଧିଗ୍ରହଣକୁ ବିରୋଧ। ମନଇଚ୍ଛା ଜମି ଅଧିଗ୍ରହଣକୁ ନେଇ ତହସିଲଦାରଙ୍କ ନିକଟରେ ଫେରାଦ ହୋଇଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବାହାଳସାହି ପଞ୍ଚାୟତବାସୀ ।

ଗ୍ୟାସ ପାଇପ ପାଇଁ ଜମି ଅଧିଗ୍ରହଣକୁ ବିରୋଧ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯିବାକୁ ଥିବା ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ ପାଇପ ଲାଇନ ତଥା ସ୍ପର ପାଇପ ଲାଇନ ନିମନ୍ତେ ଗେଲ ଇଣ୍ଡିଆ ଲିମିଟେଡ ଜମି ଅଧିଗ୍ରହଣ କରିଛି ।

ମାତ୍ର ଛେଣ୍ଡିପଦା ବ୍ଲକ ବାହାଳ ସାହି ପଞ୍ଚାୟତ ଅଞ୍ଚଳରେ କମ୍ପାନୀ ପକ୍ଷରୁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ କୌଣସି ସୂଚନା ନଦେଇ ଜମି ଅଧିଗ୍ରହଣ କରା ନଯାଇ ଜମିରେ ବଳପୂର୍ବକ ପାଇପ ଲାଇନ ଖୋଳାଯାଉଛି ବୋଲି ଗାଁଲୋକେ ଅଭିଯୋଗ କରିଛନ୍ତି।

ଏନେଇ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ଲୋକେ ବିରୋଧ କରିବା ସହିତ ଛେଣ୍ଡିପଦା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଏପରିକି ପାଇପ ଲାଇନ ଯାଇଥିବା ଜମିରେ ଘର ନିର୍ମାଣ ଗଛ ଲଗାଇବା ,ଜଳଚେଚନ ପାଇ କୂପ ତିଆରି କରିପାରିବେ ନାହିଁ ।

ତେବେ ସମ୍ପୂର୍ଣ୍ଣ ଜମିକୁ ଅଧିଗ୍ରହଣ କରାଯିବା ସହ ନୂତନ ବିସ୍ଥାପନ ନିତୀ ଅନୁଯାୟୀ, କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ଛେଣ୍ଡିପଦା ବ୍ଲକର ଗୋହିରାପଶି , ଅଧିଗ୍ରହଣ ନିୟମାନୁଯାୟୀ କ୍ଷତିପୂରଣ ଓ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ପାଇଁ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details