ଓଡିଶା

odisha

ETV Bharat / state

ଅନୁଗୋଳରେ ଅଫିମ ଚାଷ ନଷ୍ଟ କଲା ପୋଲିସ - anugul latest news

ଗଞ୍ଜେଇ ପରେ ଅଫିମ ଚାଷ । ଉପାନ୍ତ ଅଞ୍ଚଳ ଚାଷ ହୋଇଥିବା ପ୍ରାୟ 2 ଏକରରୁ ଅଧିକ ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ନଷ୍ଟ କରିଛି ପୋଲିସ ।

ଅନୁଗୋଳରେ ଅଫିମ ଚାଷ, ନଷ୍ଟ କଲା ପୋଲିସ
ଅନୁଗୋଳରେ ଅଫିମ ଚାଷ, ନଷ୍ଟ କଲା ପୋଲିସ

By

Published : Mar 13, 2021, 1:34 PM IST

ଅନୁଗୋଳ: ଗଞ୍ଜେଇ ପରେ ଅଫିମ ଚାଷ । ଉପାନ୍ତ ଅଞ୍ଚଳ ଚାଷ ହୋଇଥିବା ପ୍ରାୟ 2 ଏକରରୁ ଅଧିକ ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ନଷ୍ଟ କରିଛି ପୋଲିସ । ଏନେଇ ଅନୁଗୋଳ ପୋଲିସ ପକ୍ଷରୁ ଫଟୋ ଜାରି କରାଯାଇଛି ।

ଅନୁଗୋଳରେ ଅଫିମ ଚାଷ, ନଷ୍ଟ କଲା ପୋଲିସ

ଜିଲ୍ଲା ଉପାନ୍ତ ଅଞ୍ଚଳ ନଗିରା ଓ ସିବିଡ଼ା ଗ୍ରାମ ନିକଟ ଏକ ଜଙ୍ଗଲରୁ ଅନୁଗୋଳ ଓ ପାଲଲହଡ଼ା ପୋଲିସ ମିଳିତ ଭାବେ ଚଢ଼ାଉ କରି ୨ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଅଫିମ ଗଛ ନଷ୍ଟ କରିଛି । ସୂଚନାନୁସାରେ, ଦୀର୍ଘଦିନ ହେଲା ଏହି ଦୁର୍ଗମ ପାହାଡିଆ ଅଞ୍ଚଳରେ ଅଫିମ ଚାଷ ହୋଇଥିବାବେଳେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପୋଲିସର ଏକ ଟିମ ଏବଂ ପାଲଲହଡ଼ା ଉପଖଣ୍ଡ ପୋଲିସ ନେତୃତ୍ବ ଏକ ଟିମ ମିଳିତ ଭାବେ ଚଢ଼ାଉ କରି କରିଥିଲେ । ୨ ଏକର ଜମିରେ ୧୫୦୦୦ ରୁ ଊର୍ଦ୍ଧ୍ବ ଅଫିମ ଗଛ ନଷ୍ଟ କରାଯାଇଥିଲା । ତେବେ ଏତେ ବଡ ଅଞ୍ଚଳରେ ଏତେ ପରିମାଣର ଅଫିମ ଗଛ କିଏ ଓ କିଭଳି କଲା ତାହା ଜଣା ପଡିନାହିଁ ।

ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ ହୋଇଥିବାବେଳେ ପୋଲିସ ପକ୍ଷରୁ କିଛିବି ପ୍ରତିକ୍ରିୟା ମିଳିପାରି ନାହିଁ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details