ଓଡିଶା

odisha

ETV Bharat / state

ଅନଲାଇନ ପାଠପଢାକୁ ଛାତ୍ରଛାତ୍ରୀଙ୍କ ସ୍ବାଗତ - Online mode study

ଅନୁଗୋଳ ଜିଲ୍ଲାରେ ଆରମ୍ଭ ହୋଇଛି ଅନଲାଇନ ମୋଡ ପାଠ୍ୟକ୍ରମ । ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

Onlinemode study start in Anugul
ଅନଲାଇନ ପାଠପଢାକୁ ଛାତ୍ର ଛାତ୍ରୀଙ୍କ ସ୍ବାଗତ

By

Published : Jun 21, 2021, 6:42 PM IST

ଅନୁଗୋଳ: ଜିଲ୍ଲାରେ ଆରମ୍ଭ ହୋଇଛି ଅନଲାଇନ ପାଠପଢା । ଆଜି ଠାରୁ ସମଗ୍ର ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଅନଲାଇନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଅନଲାଇନ ପାଠପଢାକୁ ଛାତ୍ର ଛାତ୍ରୀଙ୍କ ସ୍ବାଗତ

ଅନୁଗୋଳ ଜିଲ୍ଲାରେ ୨୪୯ ଟି ସରକାରୀ ସ୍କୁଲର ପ୍ରାୟ ୩୫ ହଜାର ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷାରେ ଅଂଶ ଗ୍ରହଣ କରିଛନ୍ତି। କୋରୋନା କଟକଣା ଯୋଗୁଁ ମାସ ମାସ ଧରି ସ୍କୁଲ ଗୁଡିକ ବନ୍ଦ ରହିଛି। ଫଳରେ ପିଲାଙ୍କ ପାଠପଢ଼ା ହୋଇ ପାରୁନାହିଁ। ତେଣୁ ଅନଲାଇନ ଶିକ୍ଷା ସେମାନଙ୍କ ପାଇଁ ଉପାଦେୟ ହୋଇପାରିବ ବୋଲି ଆଶା କରାଯାଉଛି । ପ୍ରତ୍ୟେକ ଦିନ ବିଭିନ୍ନ ବିଷୟରେ ପାଠପଢା ଯାଉଛି । ପିଲାମାନଙ୍କୁ ସମୟ ସାରଣୀ ଯୋଗାଇ ଦିଆଯାଇଛି । ତେଣୁ ସେହି ହିସାବରେ ପିଲାମାନେ ପାଠ ପଢୁଛନ୍ତି । ଶିକ୍ଷକମାନେ ମଧ୍ୟ ପ୍ରତ୍ୟେକ ବିଷୟକୁ ଦେଖୁଛନ୍ତି ।

ପାଠ ପଢା ସରିବା ପରେ ସେମାନଙ୍କର ଯାହା ଅବୁଝା ରହିଛି, ସେସବୁକୁ ପଠାଉଛନ୍ତି । ଶିକ୍ଷକମାନେ ତାହାର ସମାଧାନ କରି ପିଲାଙ୍କୁ ପୁଣି ପଠାଇ ଦେଉଛନ୍ତି । ଏହାଦ୍ବାରା କିଛି ପିଲା ନିଶ୍ଚିତ ଭାବେ ଉପକୃତ ହୋଇପାରୁଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details