ଓଡିଶା

odisha

ଛୁଆ ଟିଏକୁ ଗଛ ଟିଏ; ଘରେ ଜନ୍ମ ନେଲେ ନବଜାତ, ଗଛ ଦେଉଛନ୍ତି ସରପଞ୍ଚ

By

Published : Aug 16, 2023, 6:05 PM IST

ସରପଞ୍ଚଙ୍କ ଅଭିନବ ଉପାୟ । ଛୁଆ ଟିଏକୁ ଗଛ ଟିଏ । ବାର୍ତ୍ତା ଦେଇ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ । ଅଧିକ ପଢ଼ନ୍ତୁ

ସରପଞ୍ଚଙ୍କ ଅଭିନବ ଉପାୟ
ସରପଞ୍ଚଙ୍କ ଅଭିନବ ଉପାୟ

ସରପଞ୍ଚଙ୍କ ଅଭିନବ ଉପାୟ

ଅନୁଗୋଳ: ଦିନକୁ ଦିନ ବିଶ୍ବରେ ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ମାନବ ସମାଜ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି। ତେଣୁ ବ୍ୟାପକ ବୃକ୍ଷ ରୋପଣ କରିବା ଅପରିହାର୍ଯ୍ୟ ହୋଇ ପଡିଛି । ତେବେ ପରିବେଶ ପ୍ରଦୂଷଣ କରି ପରିବେଶର ସନ୍ତୁଳନ ରଖିବା ଲକ୍ଷ୍ୟ ନେଇ ଏର ଭିନ୍ନ ପଦକ୍ଷେପ ନେଇଛନ୍ତି ଜଣେ ସରପଞ୍ଚ । ଅନୁଗୋଳ ଭଳି ଶିଳ୍ପ ଜିଲ୍ଲାରେ ଉପୁଜିଥିବା ପରିବେଶଜନିତ ଅବକ୍ଷୟ ରୋକିବା ପାଇଁ ସରପଞ୍ଚ ଆପଣେଇଛନ୍ତି ଅଭିନବ ଉପାୟ । "ଛୁଆ ଟିଏକୁ ଗଛ ଟିଏ" ଏହିବାର୍ତ୍ତା ନେଇ ନବଜାତ ଛୁଆ ଜନ୍ମ ହେଉଥିବା ଘରେ ଗଛଟିଏ ଦେଇ ଏହାକୁ ଲଗାଇବା ଏବଂ ପରିବେଶ ସୁରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଅନୁଗୋଳ ଜିଲ୍ଲା କୁମୁରିସିଙ୍ଗା ପଞ୍ଚାୟତର ସରପଞ୍ଚ ।

ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା କୁମୁରିସିଂହା ପଞ୍ଚାୟତ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ ବୃକ୍ଷ ରୋପଣ ପାଇଁ ଏକ ଅଭିନବ ଉପାୟ ଆପଣାଇଛନ୍ତି । ସ୍ୱାଧୀନତା ଦିବସ ଠାରୁ ନିଜ ପଞ୍ଚାୟତରେ ଆରମ୍ଭ କରିଛନ୍ତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପଞ୍ଚାୟତ ଭିତରେ ଥିବା ଯେକୌଣସି ଗାଁରେ କାହା ଘରେ ଛୁଆଟିଏ ଜନ୍ମ ହେଲେ ସେଠାକାର ସରପଞ୍ଚ ଗଛଟିଏ ଧରି ତାଙ୍କ ଘରେ ପହଞ୍ଚୁଛନ୍ତି। ଏହାସହ ଏହି ଗଛକୁ ନବଜାତ ଶିଶୁର ମାଆକୁ ପ୍ରଦାନ କରୁଛନ୍ତି। ଗଛଟିକୁ ନିଜ ଅଗଣା କିମ୍ବା ବାଡିରେ ଲଗାଇବାକୁ ସରପଞ୍ଚ ଜଣଙ୍କ ଅନୁରୋଧ କରୁଛନ୍ତି। ତେବେ ନିଜ ଜନ୍ମିତ ଛୁଆକୁ ଯେମିତି ଯତ୍ନ ନେଉଛନ୍ତି ଠିକ ସେମିତି ଗଛଟିର ମଧ୍ୟ ଯତ୍ନ ନେବାକୁ ପରାମର୍ଶ ଦେଉଛନ୍ତି । ଯେଉଁଦିନ ଛୁଆର ନାମକରଣ କରାଯିବ ସେହିଦିନ ଗଛଟିର ମଧ୍ୟ ନାମକରଣ କରାଯିବ। ଛୁଆର ନାମ ଅନୁସାରେ ଗଛଟିର ନାମ ମଧ୍ୟ ତାହା ରହିବ। ତେବେ ଏଭଳି ଅଭିନବ ଚିନ୍ତାଧାରାରେ ପରିବେଶ ସୁରକ୍ଷା କରିବାକୁ ସ୍ଥିର କରିଛନ୍ତି ସରପଞ୍ଚ।

ଏହା ମଧ୍ୟ ପଢ଼ନ୍ତୁ...ଲଣ୍ଡା ପାହାଡ଼କୁ ବନୀକରଣ କରିବା ଲକ୍ଷ୍ୟରେ ବ୍ରହ୍ମପୁର ସବୁଜ ବାହିନୀ

ଦେଶର 77ତମ ସ୍ୱାଧୀନତା ଦିବସ ଅବସରରେ ସରପଞ୍ଚ ଜଣଙ୍କ ପଞ୍ଚାୟତ ଅଧୀନରେ ଥିବା ଗଡ଼ତଇଲା ଗାଁର ଜଣେ ପ୍ରସୂତିଙ୍କୁ ଗଛଟିଏ ଦେବାସହ ବାଡ଼ିରେ ଲଗାଇବା ପାଇଁ ଅନୁରୋଧ କରିଥିଲେ । ତେବେ ସେହି ମହିଳାଙ୍କୁ ନିଜ ଛୁଆର ଯତ୍ନ ନେବା ଭଳି ଗଛର ମଧ୍ୟ ଯତ୍ନ ନେବାକୁ ନିବେଦନ କରିଥିଲେ। ଏଥିପାଇଁ ପଞ୍ଚାୟତର ଆଶା ଦିଦି, ଅଙ୍ଗନବାଡି଼ ଦିଦି, ମହିଳା ଗୋଷ୍ଠିଙ୍କୁ ଏକାଠି କରିଥିଲେ। ଯେଉଁ ଘରେ ଛୁଆଟିଏ ଜନ୍ମ ହେବ ତାଙ୍କୁ ତୁରନ୍ତ ଖବର ଦେବାକୁ କହିଥିଲେ। ତେବେ ସରପଞ୍ଚଙ୍କ ଏହି ଅଭିନବ ପ୍ରୟାସକୁ ଅଞ୍ଚଳବାସୀ ଖୁବ୍‌ ପ୍ରସଂଶା କରିଛନ୍ତି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details