ଓଡିଶା

odisha

ETV Bharat / state

ଆମ୍ବ ଗୋଟାଉଥିଲେ ମହିଳା, କଚାଡି ମାରିଲା ହାତୀ - ଅନୁଗୋଳ ଖବର

ଆମ୍ବ ଲୋଭରେ ବଗିଚାକୁ ଯିବା ହେଲା କାଳ । ହାତୀ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ । ଅଧିକ ପଢନ୍ତୁ...

one dead in elephant attack in angul
ହାତୀ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ

By

Published : May 6, 2021, 9:21 AM IST

ଅନୁଗୋଳ : ଆମ୍ବ ଗୋଟାଇବାକୁ ଯିବା ହେଲା କାଳ । ହାତୀ ହାବୁଡ଼ରେ ପଡି ଗଲା ମହିଳାଙ୍କ ଜୀବନ । ନରହନ୍ତା ହାତୀ ମହିଳାଙ୍କ ଶରୀରରୁ ଗୋଟିଏ ଗୋଡ଼କୁ ଅଲଗା କରି ଦେଇଛି । ଏହି ଅଘଟଣ ଘଟିଛି ଅନୁଗୋଳ ତଲଗଡ ଗାଁରେ । ମୃତ ମହିଳା ହେଲେ ମମତା ସେଠୀ। ସେ ଭୋର ସମୟରେ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ।

ହାତୀ ଆକ୍ରମଣରେ ଗଲା ମହିଳାଙ୍କ ଜୀବନ

ହଠାତ ଏକ ହାତୀ ସହ ମୁହାଁମୁହିଁ ହୋଇ ଯାଇଥିଲା। ଫଳରେ ହାତୀଟି ତାଙ୍କୁ କଚାଡି ମାରି ଦେଇଥିଲା। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details